କଟକ ସଦର,୨୮/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନସାଧାରଣଙ୍କ ସମସ୍ୟା ର ସମାଧାନ ପାଇଁ ବିଧାନସଭାରେ କଟକ ସଦରର ସ୍ୱର ଶାଣିତ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଆଜି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକିଵାତ୍ କାର୍ୟ୍ୟକ୍ରମରେ ଯୋଗଦେଇ ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ ଆଜି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କଟକ ସଦର ଅନ୍ତର୍ଗତ ସିଏମସି ୫୧ ନମ୍ବର ୱ।ର୍ଡ ପୁଷ୍ପଲତା ଗାର୍ଡେନ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକି ଵାତ୍ କାର୍ୟ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତ ଗଠନରେ ଓଡ଼ିଶା ବିକଶିତ ହେବା ସହିତ କଟକ ସଦରର ବିକାଶ ପାଇଁ ଦୁର୍ନୀତି ବିରୁଧରେ ଭୋଟ ଦେଇଥିବା ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ସହଯୋଗର ହାତ ବଢ଼ାଇବାକୁ ଉପସ୍ଥିତ ଶତାଧିକ କାର୍ୟ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ମନମୋହନ କହିଥିଲେ। ଏଥିସହିତ ବିଜେପିର ନିର୍ବାଚନୀ ଇସ୍ତାହାର ରେ ଯାହା ସବୁ କୁହାଯାଇଛି ତାହା ସବୁ ପୁରଣ କରାଯିବ ବୋଲି କହିଥିଲେ। ଲୋକଙ୍କ ସହିତ ଯେପରି ଆଗରୁ ଥିଲି ସେହିପରି ଆଗକୁ ରହିବି ବୋଲି ବିଧାୟକ ପ୍ରକାଶ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ନଗର ସଭାପତି ଲଲାଟେନ୍ଦୁ ଵଡୁ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ କଟକ ସଦର ବିଜେପି ପକ୍ଷରୁ ରାଜ୍ୟ ସଭାପତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।