ହିନ୍ଦୋଳ ଉଚ୍ଚବିଦ୍ୟାଳୟ ପରିସରରେ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

 ହିନ୍ଦୋଳ,୩୦/୧୦/୨୦୨୪ (ଓଡ଼ିଶା ସମାଚାର)- ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ଓ ଓଡିଶାର ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିର୍ଦେଶକ୍ରମେ ଗତ ୨୮/୧୦/୨୪ରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ୫୬-ହିନ୍ଦୋଳ(ଏସସି) ପଥଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟା ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ରାଲି ଆରମ୍ଭ ହୋଇଥିଲା ଏବଂ ଏହା ହିନ୍ଦୋଳ ଉଚ୍ଚବିଦ୍ୟାଳୟରେ ଶେଷ ହେବା ସହ ଏକ ସଭାର ଆୟୋଜନ ହୋଇଥିଲା ।ଏହି ଅବସରରେ ମୁଖ୍ୟନିର୍ବାଚନ ଆୟୋଗ ନିର୍ଦେଶକ୍ରମେ  ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ଡ୍ରାଫ୍ଟ ପ୍ରକାଶ ପାଇଥିଲା ଓ ଉପସ୍ଥିତ ଅତିଥି ମାନେ ଏହି ଗେଜେଟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ସରଳହେବା ପାଇଁ ବୁଥଲେବେଲ ଅଧିକାରୀ ନିଯୁକ୍ତି ସହ ନୂତନ ଭୋଟର ଆବେଦନ ପାଇଁ ଫର୍ମ ୬ରେ,ବାଦ ପାଇଁ ଫର୍ମ ୭ ଓ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରିପାରିବେ!ଆବେଦନ ପାଇଁ ନିର୍ବାଚନ ଆୟୋଗ ୪ଟି ପ୍ରଚାର ଦିବସ ଚୟନ କରିଥିବାବେଳେ ଏହିଦିବସ ଯଥା ନଭେମ୍ବର ୧, ୧୦, ୧୬ ଓ ୨୪ରେ ବୁଥ ଅଧିକାରୀ ମାନେ ବୁଥରେ ଉପସ୍ଥିତ ରହି ଯୋଗ୍ୟ ବ୍ୟକ୍ତିଙ୍କ ଆବେଦନ ଗ୍ରହଣ କରିବେ । ଏହି ଅବସରରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ କହିଥିଲେ ବିଶ୍ୱରେ ଭାରତ ହେଉଛି ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବଂ ଏହି ମହାନ ପର୍ବରେ ସମସ୍ତେ ସାମିଲ ହେବାସହ ଯୋଗ୍ୟ ବ୍ୟକ୍ତି ମାନେ ନିଶ୍ଚିତ ଭୋଟର ପଞ୍ଜିକରଣ କରିବାସହ ସଚେତନ ଭୋଟରମାନେ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ତେବେ ଯାଇ ଏକ ସୁସ୍ଥ ସରକାର ଓ ସୁସ୍ଥ ରାଷ୍ଟ୍ର ସମାଜ ଗଠନ ହୋଇପାରିବ । କାର୍ଯ୍ୟକ୍ରମରେ କଲେଜ ଆମ୍ବାଷଡ଼ର ମାନଙ୍କୁ ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ,ସଂକୀର୍ତନ ପରିବେଷଣ କରାଯାଇଥିଲା ଓ କଲେଜ ଛାତ୍ରୀ ମାନେ ଭୋଟର ମାନଙ୍କ ପାଇଁ ସୁନ୍ଦର ବକୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ତଥା ଉପଖଣ୍ଡ ସୂଚନା ଅଧିକାରୀ ସୂର୍ଯ୍ୟଶଙ୍କର ଦାସ ସମସ୍ତ କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା କରିଥିବାବେଳେ ହିନ୍ଦୋଳ, ବିଡ଼ିଓ,ଅତିରିକ୍ତ ତହସିଲଦାର,ଓଡାପଡା ବିଡ଼ିଓ,ତହସିଲଦାର, ହିନ୍ଦୋଳ ଏନ ଏ ସି ନିର୍ବାହୀଅଧିକାରୀ ଆଲଫl ଜେନା,ସମସ୍ତ କଲେଜ ଅଧ୍ୟକ୍ଷ,ଆମ୍ବାଷଡ଼ର, ହିନ୍ଦୋଳ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ,ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ବନଫୁଲ ଅଧ୍ୟକ୍ଷ ଶ୍ରୀକାନ୍ତ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କଅଧିକାରୀ ହେମନ୍ତ ପାଣିଗ୍ରାହୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ!କାର୍ଯ୍ୟକ୍ରମ ଶେଷରେ ସୂଚନା ଅଧିକାରୀ ସୂର୍ଯ୍ୟଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *