କେନ୍ଦ୍ରାପଡ଼ା,୨୧/୦୭/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ଉର୍ଦ୍ଧୁ ଲାଇବ୍ରେରୀ କମିଟି ପକ୍ଷରୁ ହଜରତ୍ ସୟଦ୍ ମନସୁର୍ ସାହା ବାବାଙ୍କ ପବିତ୍ର ଉର୍ସ ଉତ୍ସବ ଉପଲକ୍ଷେ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ଯୋଗ ଦେଇଥଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଅକବରୀ ଖାତୁନ୍, କାଉନସିଲର୍ ସେକ୍ ଅସଲମ୍, ହବିବା ବେଗମ ଓ ଫରଜନା ଖାତୁନ୍ ପ୍ରମୁଖ ଉପସ୍ଥିତ ରହି ପୌରାଂଚଳର ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ କରିଥିଲେ । ଏହାସହ ଉର୍ସ ଉତ୍ସବରେ ଯୋଗ ଦେଇଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଚାରା ବାଣ୍ଟିଥିଲେ । ଏଥିରେ ଆମ୍ବ, ପିଜୁଳି, ବରଗଛ, ଜାମୁ, ଇଉକାଲ ପଟାସ୍ ଓ ବିଭିନ୍ନ ଫୁଲ ଜାତୀୟ ଚାରା ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ମହମ୍ମଦ ଅଜଗର ଅଲ୍ଲୀ, ସେକ ଫୟାଜୁଦ୍ଧିନ, ମହମ୍ମଦ ନସିମୁଦ୍ଧିନ ଓ ଆକରମ୍ ଖାନ୍ ପ୍ରମୁଖ ସହଯୋଗ କରିଥିଲେ ।
