ଚାକୁଣ୍ଡା ଗଛରେ ଝୁଲୁଛି ଯୁବକ ଯୁବତୀ ଙ୍କ ଯୁଗଳ ମୃତଦେହ 

ସାଲେପୁର, ୨୧/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) : ସାଲେପୁର ବ୍ଲକ ନାଳିଆ ମୁହଁ ନିକଟ ଜଙ୍ଗଲିଆ ସ୍ଥାନରେ ଥିବାଏକ ଚାକୁଣ୍ଡା ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକ ଯୁବତୀଙ୍କ ଯୁଗଳ ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

ସୂଚନା ଅନୁଯାୟୀ , ଦୁଇ ଯୁବକ ଯୁବତୀ ଏକତ୍ର ଭାବେ ଚାକୁଣ୍ଡା ଗଛରେ ଝୁଲୁଥିବାରୁ ଏହାକୁ ନେଇ ନାନା କଥା ଆଲୋଚନା ହେଉଛି ।  ମୃତ ଯୁବକ ଙ୍କ ପରିଚୟ ମିଳିଛି । ମୃତ ଯୁବକ ସ୍ଥାନୀୟ ଅଲିପୁର ଗାଁର ପବିତ୍ର ସାମଲଙ୍କ ଏକମାତ୍ର ବିବାହିତ ପୁତ୍ର ମନୋଜ ସାମଲ ବୋଲି ଜଣାପଡିଛି  ।  ରାମେଶ୍ୱର ଅଂଚଳର  ମୃତା ଯୁବତୀ ରସଠିକ  ପରିଚୟ ମିଳିନାହିଁ ।ବିବାହିତ ମୃତ ମନୋଜର ସ୍ତ୍ରୀ  ଓ ଏକ ସନ୍ତାନ ରହିଛି । ପୋଲିସ ଉଭୟ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି  ।

Leave a Reply

Your email address will not be published. Required fields are marked *