ସିରିଜ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ

କେନ୍ଦୁଝର,୧୫/୦୫/୨୦୨୪ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିରିଜ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ମିଳି ନାହିଁ। ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି।ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *