କେନ୍ଦ୍ରାପଡା ପୌରସଂସ୍ଥା ବ୍ୟାଙ୍କ ଆକାଉନ୍ଟରୁ ୩ଲକ୍ଷ ୬୬ହଜାର ଟଙ୍କା ଗାଏବ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୌରନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବଜାର ଶାଖା ଭାରତୀୟ ଷ୍ଟେଟବ୍ୟାଙ୍କରେ ଥିବା ଜମାବହିରୁ ଗତ ତା ୨୭.୦୨.୨୦୨୪ରିଖରୁ ୬.୦୫.୨୦୨୪ରିଖ ମଧ୍ୟରେ ୭ଟି ଚେକ ମାଧ୍ୟମରେ ମୋଟ ୩ଲକ୍ଷ, ୬୬ହଜାର ୨୭ଟଙ୍କା କେହି ଉଠାଇ ନେଇଯାଇଛି । ସେଭଳି କୋଣସି ଚେକ ପୌରସଂସ୍ଥା ପକ୍ଷରୁ କାହାରିକୁ ପ୍ରଦାନ କରାଯାଇନଥିବା ବେଳେ କିଭଳି ସେହିସବୁ ଚେକରେ ଟଙ୍କା ଉଠାଇନିଆଗଲା ବୋଲି ପୌରନିର୍ବାହୀ ଅଧିକାରୀ ପ୍ରଶ୍ନ କରିଛନ୍ତି । ଟଙ୍କା ଉଠାଇ ନିଆଯାଇଥିବା ୭ଟି ଚେକ ସମେତ ଅନ୍ୟ ଅବ୍ୟବହୃତ ଚେକ ବହିଟି ତଦନ୍ତ ନିମନ୍ତେ ସଂପୃକ୍ତ ବ୍ୟାଙ୍କ ଶାଖାକୁ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ କର ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *