ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଗୁରୁତର ଆହତ

ନିଶ୍ଚିନ୍ତକୋଇଲି, ୦୨/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) -ଏବେ ପାର୍ବଣ ଋତୁ ଆସିଯାଇଥିବାରୁ ଦଶହରା ଓ ଦୀପାବଳୀ ନିମନ୍ତେ ବାଣ ପ୍ରସ୍ତୁତ କରୁଥିବା ବଣୁଆଁ ମାନେ ତତ୍ପର ହୋଇପଡିଛନ୍ତି । ସେଥିମଧ୍ୟରୁ ଅନେକ ବିନା ଲାଇସେନ୍ସ ତଥା ବେଆଇନ ଭାବେ କାରବାର ଚଳାଇ ନିକଟରେ ପୋଲିସ ଦ୍ୱାରା ଧରାପଡିଛନ୍ତି । ଆଜି ସକାଳେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ (୪୮)  ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ ଘରେ ବାଣ ଭିଡୁଥିଲାବେଳେ ବିସ୍ଫୋରଣ ଘଟିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସାଲେପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *