ଗଡମା କଣ୍ଟୁଆର ଭାୟା କଲରାଵାଙ୍କ ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତି କରଣ ର ଶିଳାନ୍ୟାସ 

କଟକ ସଦର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଜଳସଂପଦ ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ , ଏବେ ପୂର୍ତ୍ତ ବିଭାଗ ଅଧିନକୁ ଯାଇଥିବା ଗଡମା ଠାରୁ କଣ୍ଟୁଆର ଭାୟା କଲରାଵାଙ୍କ ୫ କି.ମି, ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନବୀକରଣ ହେବାକୁ ଥିବା ରାସ୍ତାର ଆଜି (ଶୁକ୍ରବାର) ଵର୍ଷା ଭିଜା ସଂଧ୍ୟାରେ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଶିଳାନ୍ୟାସ କରିଥିବା ଜଣାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଧାକାନ୍ତ ଭୂୟାଁ, ସହକାରୀ ଯନ୍ତ୍ରୀ ଇଂ ବେଦବ୍ୟାସ ସ୍ୱ।ଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯାଇ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ରାସ୍ତା ଉପରେ ଦେଶର ପ୍ରଥମ ସ୍ମାର୍ଟ ଗ୍ରାମ କଲରାଵାଙ୍କ ନିର୍ଭର କରୁଥିବାରୁ ରାସ୍ତାର ଦୂରାବସ୍ଥା ନେଇ ‘ ଓଡ଼ିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *