ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪

ଯାଜପୁର ଜିଲାପାଇଁ ୫ ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ କମିଶନ ନିଯୁକ୍ତି କଲେ ।

ଯାଜପୁର, ୧୫/୦୫/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲାରେ ଏକକାଳୀନ ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଓ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପାଂଚ ଜଣ ପର୍ଯ୍ୟବେକ୍ଷକଙ୍କୁ ଭାରତର ନିର୍ବାଚନ କମିଶନ ନିଯୁକ୍ତି କରିଛନ୍ତି । ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଡଃ (ଶ୍ରୀମତୀ) କରୁଣା କୁମାରୀ, ଆଇ.ଏ.ଏସ୍., ମୋବାଇଲ ନଂ-୯୮୬୧୬୦୪୧୬୮ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳେ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ବିଶ୍ରାମ ମୀନା, ଆଇ.ଏ.ଏସ୍., ମୋବାଇଲ ନଂ-୯୮୬୧୬୧୭୭୪୭ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ୮-ଯାଜପୁର (ସଂରକ୍ଷିତ) ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ଅଶୋକ କୁମାର, ଆଇ.ପି.ଏସ୍., ମୋବାଇଲ ନଂ-୯୮୬୧୬୧୦୦୪୯ ଙ୍କୁ ପୋଲିସ ପର୍ଯ୍ୟବେକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏ.ଭି.ଟି. ଭାରଥି ଧଶନ, ଆଇ.ଆର.ଏସ୍., ମୋବାଇଲ ନଂ-୬୩୭୧୪୫୮୩୬୮ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୪୮-ବିଂଝାରପୁର(ସଂରକ୍ଷିତ), ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅମିତ ପ୍ରତାପ ସିଂ, ଆଇ.ଆର.ଏ.ଏସ୍., ମୋବାଇଲ ନଂ-୬୩୭୧୪୫୧୭୧୬ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଭିଷେକ କୁମାର, ଆଇ.ଆର.ଏସ୍. ମୋବାଇଲ ନଂ-୮୧୪୪୧୬୮୯୨୧ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ଚଳିତ ଯାଜପୁର ଜିଲା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଭୋଟ ଗ୍ରହଣ ତା ୦୧ା୦୬ା୨୦୨୪ ରିଖ ଦିନ ଅନୁଷ୍ଠିତ ହେବ । ଏହା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲା ପ୍ରଶାସନ ତରପଂରୁ ଜଣାଇ ଦିଆଯିବା ସହିତ ସାଧାରଣ ନାଗରିକ, ରାଜନୈତିକ ଦଳ, ପ୍ରାର୍ଥୀ ମାନଙ୍କର ନିର୍ବାଚନ ସମ୍ୱନ୍ଧୀୟ ଅଭିଯୋଗ ଥିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *