ଜଗତସିଂହପୁର ଲୋକସଭା ସମେତ ୪ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ

ଜଗତସିଂହପୁର, ୧୫/୦୫/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ର ୧୬-ଲୋକସଭା (ସଂ )ନିର୍ବାଚନ ମଣ୍ଡଳୀ ସମେତ ୧୦୧-ପାରାଦ୍ଵୀପ, ୧୦୨- ତିର୍ତ୍ତୋଲ(ସଂ ), ୧୦୩-ବାଲିକୁଦା -ଏରସମା ଓ ୧୦୪-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗତ ତା ୦୭.୦୫.୨୪ ରିଖ ରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୧୪.୦୫.୨୪ ରିଖ ରେ ଶେଷ ହୋଇଛି। ୧୫ ତାରିଖ ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇଛି। ଜଗତସିଂହପୁର ଲୋକସଭା ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଡା. ରାଜଶ୍ରୀ ମଲ୍ଲିକ,ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ,କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ର ପ୍ରାର୍ଥୀ ରମେଶ ଚନ୍ଦ୍ର ସେଠୀ,ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ବିଭୁତି ଭୂଷଣ ମାଝୀ,ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଏ ପି ଆଇ ପାର୍ଟିର ପ୍ରାର୍ଥୀ ପିୟୁଷ ଦାସ,ଉତ୍କଳ ସମାଜ ର ପ୍ରାର୍ଥୀ ଭାନୁମତି ଦାସ, ସୋସିଆଲିଷ୍ଟ ୟୁନିଟ ସେଣ୍ଟ୍ରାଲ ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)(ଏସ.ୟୁ.ସି.ଆଇ)(ସି) ର ପ୍ରାର୍ଥୀ ମହେଶ୍ୱର ଦାସ, ସ୍ଵାଧୀନ ପ୍ରାର୍ଥୀ ଶଙ୍କର ଦାସ,ସମୃଦ୍ଧ ଓଡ଼ିଶା ର ପ୍ରାର୍ଥୀ ସିଲି ମଲ୍ଲିକ, ସ୍ଵାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରା ଙ୍କ ର ପ୍ରାର୍ଥୀ ପତ୍ର କାଏମ ରହିଛି। ସେହିପରି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଉମାକାନ୍ତ ଭାରତ,ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ସୁଜାତା ମଲ୍ଲିକ,ସି ପି ଆଇ ର ଜିନ୍ମୟୀ ସାହାଣୀ, ଭାରତୀୟ ଜନତା ପାର୍ଟି ର ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ର ନିରଞ୍ଜନ ନାୟକ ଓ ବିଜୁ ଜନତା ଦଳ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ,ସ୍ଵାଧୀନ ପ୍ରାର୍ଥୀ ଅନୋଜ କୁମାର ରାଉତ୍, ସ୍ଵାଧୀନ ପ୍ରାର୍ଥୀ କୃପାସିନ୍ଧୁ ଦାସ୍,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୁ ଜନତାଦଳ ର ପ୍ରାର୍ଥୀ ଶ୍ରୀ ରମାକାନ୍ତ ଭୋଇ,ସ୍ଵାଧୀନ ପ୍ରାର୍ଥୀ ରବୀନ୍ଦ୍ର ନାଥ ସେଠୀ,ବହୁଜନ ସମାଜ ପାର୍ଟି ର ସମୀର ସାମଲ,ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ,ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଜକିଶୋର ବେହେରା,ଓଡ଼ିଶା ଜନତା ପାର୍ଟି ର ପ୍ରାର୍ଥୀ ଏସ. ଗିରିଜା ପ୍ରସାଦ, ସ୍ଵାଧୀନ ପ୍ରାର୍ଥୀ ଗଗନ ବେହେରା,ସମୃଦ୍ଧ ଓଡ଼ିଶା ର ପ୍ରାର୍ଥୀ ରମେଶ ଚନ୍ଦ୍ର ମଲ୍ଲିକ ,ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଶ୍ରୀ ବରଦା ପ୍ରସନ୍ନ ସାହୁ,ସ୍ଵାଧୀନ ପ୍ରାର୍ଥୀ ଶେଷଦେବ ନନ୍ଦ,ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ସ୍ଵାଧୀନ ପ୍ରାର୍ଥୀ ରାକେଶ କୁମାର ବେହେରା,ସ୍ଵାଧୀନ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପରିଡା, ଶ୍ରୀୟା ବିଶ୍ଵାଳ,ସଞ୍ଜୀବ ବିଶ୍ଵାଳ,ସସ୍ମିତା ଦାସ,ବିଜୁ ଜନତାଦଳ ର ସାରଦା ପ୍ରସନ୍ନ ଜେନା, ଭାରତୀୟ ଜାତୀୟ କଂଗ୍ରେସ ର ନଳିନୀ କୁମାର ସ୍ବାଇଁ,ବହୁଜନ ସମାଜ ପାର୍ଟି ର ଅମ୍ବିକା ପ୍ରସାଦ ଭୋଇ, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି ର ଦିଲ୍ଲୀପ କୁମାର ତ୍ରିପାଠୀ,ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଶ୍ରୀ କୈଳାସ ମଲ୍ଲିକ,ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଅମରେନ୍ଦ୍ର ଦାସ,ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ପ୍ରତିମା ମଲ୍ଲିକ ଓ ବିଜୁ ଜନତା ଦଳ ର ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି,ସୋସିଆଲିଷ୍ଟ ୟୁନିଟ ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ) ର ପ୍ରାର୍ଥୀ ବସନ୍ତ ମଲ୍ଲିକ,ସମୃଦ୍ଧ ଓଡିଶା ର ପ୍ରାର୍ଥୀ ଯୁଧିଷ୍ଠିର ମଲ୍ଲିକ,ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି ର ପ୍ରାର୍ଥୀ ପ୍ରଣବ କୁମାର ରାୟ,ନବ ଭାରତ ନିର୍ମାଣ ସେବା ପାର୍ଟି ର ପ୍ରାର୍ଥୀ ଗୀତାଞ୍ଜଳି ବାରିକ୍, ସ୍ଵାଧୀନ ପ୍ରାର୍ଥୀ ନାରାୟଣ ପ୍ରସାଦ ନନ୍ଦ ଙ୍କ ର ପ୍ରାର୍ଥୀ ପତ୍ର କାଏମ ରହିଛି।

Leave a Reply

Your email address will not be published. Required fields are marked *