କଟକ ସଦର,୦୪/୧୨/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା) -ଗତକାଲି ବୁଧବାର ରାତିରେ କମିଶନରେଟ ଜଗତପୁର ଥାନା ଅନ୍ତର୍ଗତ ଆଇ ବି ରୋଡର ଫକିରପୁର ପଣ୍ଡା ସାହି ନିକଟରେ ଏକ ଦୃତଗାମୀ ଵ୍ୟାଟେରୀ ଚାଳିତ ସୈ।ଖିନ ଧଳା ରଙ୍ଗର କାର୍(ଓଡି ୩୩ଏ ଏମ୍-୨୦୦୨) ଭାରସାମ୍ୟ ହରାଇ ଵିରୁପା ନଦୀ ଭିତରକୁ ଖସିଯାଇଥିଲା। 
ଏଥିରେ ଥିବା ଜଣେ ଯୁବକ ଅଂଶୁମାନ ପଣ୍ଡା(୨୧)ଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ବର ଧଉଳୀ ଲିଙ୍ଗିପୁର ର ଉଦିତ୍ ଓରଫ ଅତୁଲ ସାହୁ(୨୦) କାର୍ ସହ ଅକାତକାତ ପାଣିରେ ନିଖୋଜ ହୋଇଯାଇଥିଲେ। ଖଵର ପାଇ ଉଦ୍ଧାରକାରୀ ଟିମ୍ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରାତ୍ରୀରେ କାର୍ ଟିକୁ ନଦୀର ୩୦ ଫୁଟ୍ ତଳୁ ଉଦ୍ଧାର କରିଥିବା ବେଳେ ନିଖୋଜ ଉଦିତ୍ ର ସନ୍ଧାନ ପାଇପାରି ନଥିଲେ। ହେଲେ ଆଜି ଗୁରୁବାର ସକାଳେ ତଲାସୀ ଅଭିଯାନ ଚଳାଇ ଉଦ୍ଧାରକାରୀ ଦଳ ନଦୀ ରୁ ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଥିବା ଜଣାପଡିଛି।

ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ମୃତକ ଉଦିତ ଭୂଵନେଶ୍ୱର ର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ର ଵିଵିଏ ଛାତ୍ର ବୋଲି ଜଣାପଡ଼ିଥିବା ବେଳେ ଏତେ କମ୍ ବୟସରେ ଏମାନେ କାହିଁକି ଓ କଣ ପାଇଁ କାର୍ ଯୋଗେ କଟକ ଆସି ଜଗତପୁର-ଚୈ।ଦ୍ୱାର ରାସ୍ତାରେ ଦୃତ ଗାଡ଼ି ଚାଳନା କରି ଦୂର୍ଘଟଣାର ଶୀକାର ହେଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଜି ନଦୀକୂଳରେ ହଜାର ହଜାର ଲୋକଙ୍କ ଭିଡ ଲାଗିରହିଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବାଳି ପରିବେଶକୁ ଦୁଃଖମୟ କରିଥିଲା।
