କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ ଦେଢ଼ ବର୍ଷ ଭିତରେ ଜମା ଟଙ୍କା ଫେରସ୍ତ ଦିଆଯିବ – ଅମିତ୍ ଶାହା 

କଟକ ସଦର ,୧୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ରାଜ୍ୟରେ ବିଜେପି ସରକାର ଗଢିବାର ଦେଢ଼ ବର୍ଷ ଭିତରେ ଜମା ଟଙ୍କା ଫେରସ୍ତ ଦିଆଯିବା ସହିତ ଏଥିରେ ସଂପୃକ୍ତ ଦୋଷୀ ମାନଙ୍କୁ ଜେଲ୍ ପଠାଯିବ ଵୋଲି ବିଜେପିର ଚାଣକ୍ୟ, ରଣନୀତିକାର ରାଷ୍ଟ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଆଜି ବୁଧବାର ସନ୍ଧ୍ୟାରେ କଟକ ରେ ଏକ ବିଶାଳ ରୋଡ଼ ସୋରେ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ କହିଛନ୍ତି। ଏଥିସହିତ ଆସନ୍ତା ଜୁନ୍ ୧୦ ତାରିଖରେ ବିଜେପି ସରକାର ଶପଥଗ୍ରହଣ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିବା ସହିତ ସେହି ଦିନ ହିଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ ଵୋଲି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଶ୍ରୀ ଶାହା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ, ବାରବାଟି କଟକ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଚୈ।ଦ୍ୱ।ର କଟକ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ ପାଇଁ ବିଶାଳ ରୋଡ଼ ସୋରେ କଟକ ବକ୍ସିବଜାର ଗୋପବନ୍ଧୁ ପାର୍କ ଠାରୁ ତିନିକୋଣିଆ ବଗିଚା,ଗୈ।ରୀଶଙ୍କର ପାର୍କ ,ଚୈ।ଧୁରୀଵଜାର ଦେଇ ନୟାସଡକ ପର୍ଯ୍ୟନ୍ତ ଯାଇଁ ବିଜେପି ପ୍ରାର୍ଥୀ ଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଶାହା ଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବ ଓ କୋଠା ଉପରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *