ଦଶରଥପୁର ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଦଶରଥପୁର ,୧୫/୦୫/୨୦୨୪ (ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ ତରପଦା ପଞ୍ଚାୟତସ୍ତ ପତିରି ଗ୍ରାମ ନିକଟସ୍ଥ ପଡିଆଠାରେ  ଦଶରଥପୁର ପ୍ରଖଣ୍ଡ  ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ ଦଳର ବରିଷ୍ଠ ସଦସ୍ୟ ପ୍ରଭୁଦେବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ  ଯାଜପୁର ଜିଲ୍ଲାରେ  ଦଶରଥପୁର ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ସୁସ୍ଥ ସମାଜ ଗଠନ  ପାଇଁ ସବୁବେଳେ କାର୍ଯ୍ୟ କରିଆସୁଛନ୍ତି ଓ ଏହା ଅନ୍ୟ ମାନଙ୍କ ପାଇଁ ଏହା ଏକ ଉଦାହରଣ ସାଜିଛି ବୋଲି  ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ  । ଉକ୍ତ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ସଦସ୍ୟ ନରେନ୍ଦ୍ର ଜେନା, ମୁଖ୍ୟ ପ୍ରବକ୍ତା ସୌରଭ ରାଉତ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସମୀର ନାୟକ,ବଜରଙ୍ଗ ଦଳ ବିଭାଗ ସଂଯୋଯକ ଚନ୍ଦ୍ରକାନ୍ତ କର, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ ପାତ୍ର  ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାମନବମୀରେ କାର୍ଯ୍ୟକ୍ରମକୁ ସଫଳ କରିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ  ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମର ସୁରକ୍ଷା ପ୍ରମୁଖ ଲୋକନାଥ ଦାସ, ପ୍ରୀତିରଞ୍ଜନ ଜେନା, ସୌରଭ ଦାସ, ଦୀପକ ଜେନା, ତାପସ ଜେନା, ନନ୍ଦନ ବେହେରା, ଦେବାଶିଷ ଦେବ, ପ୍ରକାଶ ଦାସ ପ୍ରମୁଖ ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *