ବଡ଼ବିଲ, ୨୧/୧୨/୨୦୨୫ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲାର ଅନେକ ଯୁବ କ୍ରୀଡାବିତ୍ ପଶ୍ଚିମବଙ୍ଗ ର ଠାକୁର ନଗର ରେ ଅନୁଷ୍ଠିତ ରିଙ୍ଗ ଫାଇଟିଂ ଚାମ୍ପିଅନସିପ ରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣି ପାରିଛନ୍ତି ।
ସିନିୟର୍ ବର୍ଗରେ ୨୦ବର୍ଷୀୟ ମହେଶ, ୨୩ବର୍ଷୀୟ ବିକାଶ ,ରିତୁ ଓ ପିଙ୍କୁ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ଜୁନିୟର ବର୍ଗରେ ୧୬ବର୍ଷୀୟ ଲକ୍ଷ୍ମଣ ଲାମା ,ରାମ ଲମା ,ଏମ ଡି ହାସନ୍ ୧୭ ବର୍ଷୀୟ ସଚିନ ଗୁପ୍ତା,ଓ ୧୪ ବର୍ଷୀୟ ସାନଭି,ଆଡଭିକ , ପବିତ୍ର ସ୍ଵର୍ଣ୍ଣ ପଦକ ପାଇଛନ୍ତି ।
ସେହିପରି ୨୦ ବର୍ଷୀୟ ଇକ୍ରା ନର୍ଗିସ , ଇବ୍ରାହିମ୍ ୪୯ କିଗ୍ରା ଓଜନ ଶ୍ରେଣୀରେ ରାଜ୍ୟ ପାଇଁ ସ୍ବର୍ଣ୍ଣ ଆଣିବାର ଗୌରବ ଅର୍ଜନ କରିଛନ୍ତି । ସେହି ଚାମ୍ପିଅନ ଶିପ କୁ କେନ୍ଦୁଝର ଜିଲ୍ଲା ର ପୂର୍ଣ୍ଚ ଚନ୍ଦ୍ର ମହାନ୍ତି ଅଭିଷେକ କୁମାର ଗୁପ୍ତା ପ୍ରତିନିଧିତ୍ବ କରିଥିଲେ। ଏହି ସ୍ବର୍ଣ୍ଣ ଜିଣିଥିବା ପିଲା ମାନଙ୍କ ର କୃତିତ୍ବ ଅନ୍ୟ ଯୁବ ଖେଳାଳି ମାନଙ୍କୁ ଏହି ରିଙ୍ଗ ଫାଇଟ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କ୍ରୀଡାବିତ୍ ମାନେ ମତ ପ୍ରକାଶ କରିଛନ୍ତି ।
