ସଂକଳ୍ପଯାତ୍ରା ପାଇଁ ଜିଲା ୱାରି ଦାୟିତ୍ୱ ବଂଟନ

ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତା ତା.୧୮.୨.୨୦୨୫ ରିଖ ମଙ୍ଗଳବାର ଦିବା ୧୦ ଘଂଟା ସମୟରେ ଭୁବନେଶ୍ୱର ବିମାନବନ୍ଦର ଠାରେ ପହଂଚିବେ । ସେଠାରୁ ସଭାପତି ଶ୍ରୀ ଦାସ ନେତୃବୃନ୍ଦ ମାନଙ୍କ ସହ ସଂକଳ୍ପ ପଦଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିବେ ।

ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପିପିଲି ପର୍ଯ୍ୟନ୍ତ, ୧୯ ତାରିଖ ଦିନ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଏବଂ ୨୦ ତାରିଖ ଦିନ ଚନ୍ଦନପୁର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପର୍ଯ୍ୟନ୍ତ ଯିବାପାଇଁ ସ୍ଥିର ହୋଇଅଛି । ଉକ୍ତ ପଦଯାତ୍ରାର ଏକ କାର୍ଯ୍ୟସୂଚୀ ଉଲ୍ଲେଖ କରାଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ଜିଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଂଗରେ ଧରି ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସ୍ଥାନରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହେବାକୁ ସଭାପତି ଶ୍ରୀ ଦାସ ନିର୍ଦ୍ଧେଶ ଦେଇଛନ୍ତି ।

ନିଜ ଜିଲାରେ ଥିବା ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏ ସମ୍ପର୍କରେ ସୂଚୀତ କରାଇ ଉଦ୍ଧିଷ୍ଟ ଥିବା ସ୍ଥାନରେ ନିଶ୍ଚିତ ଯୋଗଦେବାକୁ ସଂକଳ୍ପ କମିଟିର ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ୧୮ତାରିଖ ଦିନ ଅନୁଗୁଳ,ବରଗଡ଼, ଭୁବନେଶ୍ୱର,ବଲାଙ୍ଗୀର.ବୌଦ୍ଧ,ଦେଓଗଡ,ଗଜପତି, କଳାହାଣ୍ଡି, ଖୋର୍ଦ୍ଧା,ମୟୁରଭଞ୍ଜ (ପୂ)/ମୟୁରଭଞ୍ଜ (ପ.), ନୟାଗଡ଼,ସୁବଣ୍ଣପୁର,ପୁରୀ ଓ ଢ଼େଙ୍କାନାଳ ଜିଲ୍ଲା ସଭାପତି ଏବଂ ଉକ୍ତ ଜିଲାର କଂଗ୍ରେସ ନେତୃବୃନ୍ଦ ମାନେ ଭୁବନେଶ୍ୱର ବିମାନବନ୍ଦର ଠାରୁ ଦିବା ୧୦ ଘଂଟା ଠାରୁ ପିପିଲି ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ ।

ସେହିପରି ୧୯ ତାରିଖ ଦିନ ସକାଳ. ଘ.୮.୩୦ମି. ରୁ କଟକ, କଟକନଗର, ଗଞ୍ଜାମ (ପୂ), ଗଞ୍ଜାମ (ପ), ଝାରସୁଗୁଡ଼ା,ନବରଙ୍ଗପୁର,ସମ୍ବଲପୁ,ପୁରୀ ର ଜିଲା ସଭାପତି ଏବଂ ଉକ୍ତ ଜିଲାର ନେତୃବୃନ୍ଦମାନେ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଓ ୨୦ ତାରିଖ ସକାଳ ଘ. ୮.୩୦ ମି. ଋୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ଜଗତସିଂହପୁର.କୋରାପୁଟ,କନ୍ଧମାଳ,ନୟାଗଡ଼,ରାଉରକେଲା,ସୁନ୍ଦରଗଡ଼,ପୁରୀ,କେନ୍ଦ୍ରାପଡ଼ା ଓ ରାୟଗଡ଼ାର ଜିଲା ସଭାପତି ଏବଂ ଉକ୍ତ ଜିଲାର ନେତୃବୃନ୍ଦ ମାନେ ଚନ୍ଦନପୁର ଠାରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ । କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଛୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିବାକୁ ଡ. ପଟନାୟକ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *