ଖୋର୍ଦ୍ଧା ପୌରାଞ୍ଚଳ ରେ ବିଜୁ ଜନତା ଦଳପକ୍ଷ ରୁ ନିର୍ବାଚନୀ ପଦ ଯାତ୍ରା

ଖୋର୍ଦ୍ଧା, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୌରାଞ୍ଚଳ ରେ ବିଜୁ ଜନତା ଦଳପକ୍ଷ ରୁ ନିର୍ବାଚନୀ ପଦ ଯାତ୍ରା ଆରମ୍ଭ ହୋଇଛି । ଗୁରୁଜଙ୍ଗ ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ଦେବଙ୍କ ପୀଠ ରୁ ପ୍ରଭୁଙ୍କ ଆଶିର୍ବାଦ ନେଇ ଖୋର୍ଦ୍ଧା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଏବଂ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ପଦଯାତ୍ରା ଆରମ୍ଭ କରିଥିଲେ । ଖୋର୍ଦ୍ଧା ପୌରଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି,ପୂର୍ବତନ ପୌରଧ୍ୟକ୍ଷା ସଂଯୁକ୍ତା ସାହୁ,ଖୋର୍ଦ୍ଧା ସମବାୟ ବ୍ୟାଙ୍କ୍ ସଭାପତି ଅଭିଷେକ ସିଂ ସାମନ୍ତ ଙ୍କ ସହ ବିଭିନ୍ନ ୱାର୍ଡର କାଉନସିଲର ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ । ଉପ ନଗର ପାଳ ସୋର୍ୟ୍ୟ ରଂଜନ ମହାନ୍ତି ମଧ୍ୟ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଗୁରୁଜଙ୍ଗ ମାଳି ସାହି,ନନ୍ଦ ସାହି,ଦିୱାନ୍ ସାହି,ହାଉସିଂ ବୋର୍ଡ କଲୋନୀ,କୋଚିଲା କଣ ସାହି,ହରିଜନ ସାହିର ସମସ୍ତ ଘରକୁ ଘର ବୁଲି ଉଭୟ ରାଜେନ୍ଦ୍ର ଏବଂ ମନ୍ମଥ ଭୋଟ ଭିକ୍ଷା କରିଥିଲେ । ଜନସାଧାରଣ ବିଭିନ୍ନ ଛକ ଏବଂ ନିଜ ଦୁଆରେ ଠିଆ ହୋଇ ବିଜୁ ଜନତା ଦଳର ପ୍ରାର୍ଥୀ ଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ମଧ୍ୟ ଜଣାଉଥିବାର ଦେଖାଯାଉଥିଲା । ଏହି ପଦଯାତ୍ରାରେ ଦଳୀୟ କର୍ମୀ ଙ୍କ ସହ ହଜାର ହଜାର ସଂଖ୍ୟା ରେ ମହିଳା ଗୋଷ୍ଠୀର ସଦସ୍ୟା ସାମିଲ ହୋଇଥିଲେ । ଆଜିର ଶୋଭାଯାତ୍ରାରେ ଲୋକମାନଙ୍କ ମଧ୍ୟ ରେ ଉତ୍ସାହ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରେ ଯୁବ ଗୋଷ୍ଠୀ,ଛାତ୍ର ଛାତ୍ରୀ ମଧ୍ୟ ବିଜେଡି ଦଳର ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *