ପଂଚମ ଦିବସରେ ୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

ଯାଜପୁର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲା ନାମାଙ୍କନ ପତ୍ର ଦାଖଲ କରିବାର ପଂଚମ ଦିବସରେ ୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ବିନୋଦ କୁମାର ଜେନା, ଶର୍ମିଷ୍ଠା ସେଠୀ, ଆର୍ତର୍ତ୍ରାଣ ମଲ୍ଳିକ, ଝୁନା ମଲ୍ଳ୍ିକ ଓ ସନ୍ଧ୍ୟାରାଣୀ ମଲ୍ଳ୍ିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଛନ୍ତି । ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସୁଜିତ କୁମାର ମଲ୍ଳ୍ିକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଦାଖଲ କରିଛନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଶ୍ୱ ରଂଜନ ମଲ୍ଳ୍ିକ, ବେନାଜିର ଖାତୁନ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଉପ-ଜିଲାପାଳ, ଶ୍ରୀମତୀ ମନୋରମା ଜାଲି ଙ୍କ ନିକଟରେ ଦାଖଲ କରିଛନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଜୟ ଅନୁରାଗ ମହାନ୍ତି ଓ ଦେବେନ୍ଦ୍ର କୁମାର ସାମଲ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ହିମାଂଶୁ ଶେଖର ସାହୁ, ରଂଜନ କୁମାର ମଲ୍ଳ୍ିକ, ପ୍ରଣବ କୁମାର ବଳବନ୍ତରାୟ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ଙ୍କ ନିକଟରେ ମଧ୍ୟ ଦାଖଲ କରିଛନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ରଘୁନାଥ ସେଠୀ, ବିଶ୍ୱନାଥ ଦାସ, ସୁଦିପ କୁମାର କର ଓ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବନମାଳୀ ରଥ, ଗୋପାଳକୃଷ୍ଣ ମହାନ୍ତି ଓ ରାମ ଚନ୍ଦ୍ର ବାରିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଛନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଲିଲି ମହାନ୍ତ, ଗୁଣମଣି ଶା, ବିଭୁ ଭୂଷଣ ରାଉତ, କୂଳମଣି ପାତ୍ର୍ ଓ ସିଲି ମଲ୍ଳ୍ିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ଶ୍ରୀ ଲେଙ୍କଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଛନ୍ତି ।
ପ୍ରକାଶ ଥାଉ କି, ଗତ ୭ା୫ା୨୦୨୪ ରିଖ ଠାରୁ ତା ୧୦ା୫ା୨୦୨୪ ରିଖ ପର୍ଯ୍ୟନ୍ତ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ୪ ଜଣ ପ୍ରାର୍ଥୀ , ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୩ ଜଣ ପ୍ରାର୍ଥୀ, ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୩ ଜଣ ପ୍ରାର୍ଥୀ, ୫୦-ବଡଚଣା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ, ୫୧-ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ, ୫୨-ଯାଜପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୨ ଜଣ ପ୍ରାର୍ଥୀ, ୫୩-କୋରେଇ ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମୋଟ ୫୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

Leave a Reply

Your email address will not be published. Required fields are marked *