ନବ ବଧୁର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଶବ ଉଦ୍ଧାର, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଶାଶୁ ଶଶୁର ଥାନାରେ ଅଟକ ,  ସ୍ୱାମୀ ଫେରାର

ନିରାକାରପୁର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ଗ୍ରାମର ରବୀନ୍ଦ୍ର ସାହୁ ଙ୍କ ପୁତ୍ର କିଶାନ ସାହୁ (୨୩)କୁ ବୈଦିକ ରୀତିରେ ପୁରୀ ଜିଲ୍ଲା ଗଡବଡପୁଟ ଗ୍ରାମର ଦାଶରଥି ସାହୁ ଙ୍କ ଝିଅ ସୁଜାତା ସାହୁ ଗତ ଜାନୁଆରୀ ମାସ ୩୧ ତାରିଖ ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଝିଅ ଘର ପକ୍ଷରୁ ଯୌତୁକ ବାବଦକୁ ନଗଦ ଏକ ଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଆସବାବପତ୍ର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗରୁ ଜଣା ପଡ଼ିଛି। ୩ ମାସ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବା ସହିତ ସୁଖ ଶାନ୍ତିରେ ସବୁକିଛି ବୈବାହିକ ଜୀବନ ଚାଲିଥିଲା। ପରେ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଦାବି କରି ସୁଜାତାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ମାଆ କଳ୍ପନା ତାଙ୍କ ଅଭିଯୋଗରେ ଜଣାଇଛନ୍ତି। ଝିଅ ଏ ବିଷୟରେ ଜଣାଇବା ପରେ ଝିଅ ଘର ପରିବାର ଲୋକେ ଆସି ବୁଝାସୁଝା କରି ଯାଇଥିଲେ। ଆଜି ଭୋର୍ ୫ ଟାରେ ସ୍ବାମୀ କିଶାନ୍ ଝିଅ ସୁଜାତାର ଦେହ ଭଲ ନାହିଁ ବୋଲି ଫୋନ କରି ଶଶୁର ଘରକୁ ଜଣାଇଥିଲେ। ଏ କଥା ଶୁଣି ଝିଅ ଘର ପରିବାର ଲୋକେ ଆସି ପହଞ୍ଚି ଦେଖିଲେ ଝିଅ ସୁଜାତା ଘର ଫ୍ୟାନରେ ଝୁଲୁଛି। ସ୍ବାମୀ କିଶାନ ଫେରାର ହୋଇଯାଇଛି। ପରେ ଝିଅ ମାଆ ଜଂକିଆ ଥାନାରେ ତାଙ୍କ ଝିଅକୁ ଶ୍ୱାସ ରୁଦ୍ଧ କରି ମାରି ଫ୍ୟାନ ରେ ଟାଙ୍ଗୀ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଯୌତୁକ ନିର୍ଯାତନା ଦେଇ ତାକୁ ମାରି ଦେଇଥିବା ଅଭିଯୋଗ ସ୍ୱାମୀ, ଶଶୁର, ଶାଶୁ ଓ ଦିଅର ଉପରେ ଲଗାଇଛନ୍ତି। ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ମାଜିଷ୍ଟେଟ   ଦାୟିତ୍ବ୍ୱରେ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ଜି , ଲକ୍ଷ୍ମୀ ଦେବୀ ଙ୍କ ଉପସ୍ଥିତି ରେ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି। ଝିଅ  ଘର ପକ୍ଷରୁ ଦଆ  ଯାଇଥିବା ହତ୍ୟା ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ ୧୭୪/୨୪ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ରିପୋର୍ଟ ଆସିଲେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଜଣାଇଛନ୍ତି। ପୋଲିସ ଅଭିଯୋଗ ଅନୁଯାୟୀ ଶାଶୁ ଶଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ଠାରୁ ଜଣାପଡିଛି। ଫେରାର ହୋଇଯାଇଛି।

Leave a Reply

Your email address will not be published. Required fields are marked *