ଦୁର୍ଦ୍ଦାନ୍ତ ଅପରାଧୀ ତଥା କୁଖ୍ୟାତ ଗୋ ତସ୍କର ସକିଲ୍ ଖାନଙ୍କ ବିରୁଦ୍ଧରେ ଏନଏସଏ ଲାଗୁ

ତିଗିରିଆ,୦୮/୦୪/୨୦୨୬ (ଓଡ଼ିଶା ସମାଚାର)- ତିଗିରିଆ ଥାନା କରଡ଼ାପଲ୍ଲୀ ର ଦୁର୍ଦ୍ଦାନ୍ତ ଅପରାଧୀ ତଥା କୁଖ୍ୟାତ ଗୋ ତସ୍କର ସକିଲ୍ ଖାନଙ୍କ ବିରୁଦ୍ଧରେ କଟକ ଗ୍ରାମାଞ୍ଚଳ ଥାନା ପୁଲିସ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ କରିଛି । ଜାତୀୟ ନିରାପତ୍ତା ଆଇନ ୧୯୮୦ର ଧାରା ୩ ଅନ୍ତର୍ଗତ ଉପଧାରା (୨) ଅନୁସାରେ ପ୍ରଦତ୍ତ କ୍ଷମତା ବ୍ୟବହାର କରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସକିଲଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍ ରେ ରଖିବାକୁ ମଞ୍ଜୁରି ଦେଇଛନ୍ତି ।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁର କୁଖ୍ୟାତ ଗୋ-ମାଫିଆ ସକିଲ ଖାନ୍ ଙ୍କୁ ସର୍ବସାଧାରଣ ଶୃଙ୍ଖଳା ରକ୍ଷାରେ ବାଧା ସୃଷ୍ଟି ହେବାର ଆଶଙ୍କା ଦୃଷ୍ଟିରୁ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ରେ ଆଠଗଡ଼ ରାଧାରମଣପୁର, ଆଦର୍ଶ କଏଦୀ କାରାଗାରରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

କଟକ ଆରକ୍ଷୀ ଅଧୀକ୍ଷକ ଗତ ଫେବ୍ରୁଆରୀ ୬ ତାରିଖରେ ସକିଲ୍ ଖାନ୍ ଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ କୁ କଟକ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଆଦେଶ ଅନୁସାରେ ସକିଲ ଖାନ୍ ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ପୁନର୍ବାର ଅଟକ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।

Leave a Reply

Your email address will not be published. Required fields are marked *