ଜିଲ୍ଲାରେ ସାଧାରଣ ନିର୍ବାଚନ ୨୦୨୪ ର ସୁପରିଚାଳନା ନିମନ୍ତେ  କାର୍ଯ୍ୟରେ  ଯୋଗଦେଲେ ପର୍ଯ୍ୟବେକ୍ଷକ

ଜଗତସିଂହପୁର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)-ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟର୍ବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକମାନେ ଜିଲ୍ଲାରେ ପହଞ୍ଚିଛନ୍ତି।୧୦୧ ପାରାଦ୍ଵୀପ, ୧୦୩ ବାଲିକୁଦା -ଏରସମା ଏବଂ ୧୦୪ ଜଗତସିଂପୁର ବିଧାନସଭା ନର୍ବାଚନମଣ୍ଡଳୀ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ  ଡ ଏଚ ପି ତୁମୋଡ(ଭାରତୀୟ ପ୍ରଶାସନିକ ସେବା), ଫୋନ ନମ୍ବର (୯୭୭୭୨୭୭୯୪୦) କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେହିପରି ୧୦୨ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ  ଶ୍ରୀ ଏଚ ଜେ ଦେଶାଇ (ଭାରତୀୟ ପ୍ରଶାସନିକ ସେବା),ଫୋନ ନମ୍ବର  (୯୭୭୭୨୭୫୬୨୬) ଯୋଗଦେଇଛନ୍ତି। ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ନିମନ୍ତେ ତାଙ୍କୁ  ତାଙ୍କର ମୋବାଇଲ୍ ନମ୍ବର  ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ ନିମନ୍ତେ ୧୬- ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ନେତ୍ରପାଲ ଏମ.ଏସ୍ (ଭାରତୀୟ ରାଜସ୍ବ ସେବା) ଫୋନ୍ ନମ୍ବର -୯୫୫୬୪୪୯୪୧୮,୧୦୧- ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୦୩- ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୦୪- ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ଆଶିଷ ଚନ୍ଦ୍ରା (ଭାରତୀୟ ରାଜସ୍ବ ସେବା) ଫୋନ୍ ନଂ- ୯୫୫୬୪୫୦୮୧୯ ଓ ୧୦୨- ତିର୍ତ୍ତୋଲ (ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ସରୋଜ କୁମାର (ଆଇ.ଆର୍.ଏ.ଏସ୍)ଫୋନ୍ ନଂ- ୯୫୫୬୩୮୧୫୬୪ ରେ ଜନସାଧାରଣ ଯୋଗାଯୋଗ କରିପାରିବେ।ସେହିପରି୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିସ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ  ପୀୟୂଷ ପାଣ୍ଡେ (ଭାରତୀୟ ପୋଲିସ ସେବା) ଙ୍କ ମୋବାଇଲ ନମ୍ବର ୯୫୫୬୪୨୦୭୩୬  ରେ ଜନସାଧାରଣ ମାନେ ଆଇନ ଶୃଙ୍ଖଳା ସମ୍ପର୍କୀୟ ଆପତ୍ତି ଅଭିଯୋଗ  କରିପାରିବେ।

Leave a Reply

Your email address will not be published. Required fields are marked *