କଳ୍ପନା ଜଳ୍ପନା ର ଅନ୍ତ : ଗତକାଲି ମାସାନ୍ତରେ ଫେରି ଆଜି ସଂକ୍ରାନ୍ତି ରେ ନାମାଙ୍କନ ଭରିଲେ ମାହାଙ୍ଗା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା 

କଟକ ସଦର , ୧୪/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) : କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଟକ ଜିଲ୍ଲା ମାହାଙ୍ଗା ବିଧାନସଭା ଆସନ ପାଇଁ ଗତକାଲି ସୋମବାର ମାସାନ୍ତରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ହଜାର ହଜାର ସମର୍ଥକଙ୍କ ଥାଟ ପଟୁଆରରେ କଟକ ଆସି କୈ।ଣସି କାରଣରୁ ନାମାଙ୍କନ ଦାଖଲ ନକରି ପୂର୍ବାହ୍ନରେ ଫେରିଯାଇଥିବା କୁ ନେଇ ନାନାଦି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଆଜି ମଙ୍ଗଳବାର ସଂକ୍ରାନ୍ତି ପୂର୍ବାହ୍ନରେ ଅଙ୍କିତ ପ୍ରତାପ ବାପା ବିଧାୟକ ପ୍ରତାପ ଜେନାଙ୍କ ସହିତ ନିରାଡମ୍ବର ଭାବେ ଯାଇଁ ନାମାଙ୍କନ କରିଥିବା ଜଣାପଡିଵା ପରେ ସବୁ କଳ୍ପନା ଜଳ୍ପନା ର ଅବସାନ ଘଟିଛି।

Leave a Reply

Your email address will not be published. Required fields are marked *