ଜୟତଳଙ୍ଗ ମାଳ ମଠରେ କଳ୍ପତରୁ ମହାଯଜ୍ଞ ଆରମ୍ଭ  

ଗରଦପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ନାମାଚାର୍ଯ୍ୟ ବାୟାବାବା ଙ୍କ ଦ୍ୱାରା ପ୍ରବର୍ତୀତ ୮୫ତମ ଶ୍ରୀ କଳ୍ପତରୁ ମହାଯଜ୍ଞ ପବିତ୍ର ଅକ୍ଷୟ ତୃତୀୟା ଠାରୁ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ମାଳ ମଠରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶ୍ରୀ ମଦ୍ ବାୟାବାବାଙ୍କର ସପାର୍ଷଦ ଅଖଣ୍ଡ ନାମ ସହ କଟକ ମହା ସମାଧି ପୀଠରୁ ଶୁଭାଗମନ କରି ଶୁକ୍ରବାର ସନ୍ଧ୍ୟାରେ ମାଳ ମଠରେ ପହଂଚିବା ପରେ ଶ୍ରୀ ନାମ ଯଜ୍ଞର ଶୁଭାଧିବାସ ହୋଇଛି । ୧୪ ତାରିଖରେ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ପାଠାରମ୍ଭ ,  ।୧୬ ତାରିଖରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ପାଠାରମ୍ଭ , ୧୭ ତାରିଖ ଶ୍ରୀ କଳ୍ପତରୁ ମହାଯଜ୍ଞର ଅଙ୍କୁରା ରୋପଣ  ୧୮ ତାରିଖ ଯଜ୍ଞାଧିବାସ, ୧୯ ତାରିଖ ଠାରୁ ପଂଚ ଦିବସାତ୍ମକ ଆହୂତି ଆରମ୍ଭ , ୨୧ ଓ ୨୨ ତାରିଖ ସନ୍ଧ୍ୟାରେ ଶ୍ରୀ କଳ୍ପତରୁ କଥା ଯଜ୍ଞ , ୨୩ ତାରିଖ ସନ୍ଧ୍ୟାରେ ହରିହାଟ, ଭଜନ ସମାରୋହ ଓ ପୂର୍ଣ୍ଣାହୂତୀ ଅନୁଷ୍ଠିତ ହେବାର କାର୍ଯ୍ୟ ସୂଚୀ ରହିଛି ।

Leave a Reply

Your email address will not be published. Required fields are marked *