ପ୍ରଶାସନ ନିରବ, ପୋଲିସ ମାମଲା ରୁଜୁ କରି ଚୁପ୍, ଲୋକେ ହିନସ୍ଥା
କଟକ ସଦର,୧୯/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଟାଙ୍ଗୀ ବ୍ଲକରେ ବିଜେପି ନେତା ମାନଙ୍କ ଗୁଣ୍ଡାଗର୍ଦୀ ଯୋଗୁଁ ଦୁଇଦିନ ହେଲା ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହା ଫଳରେ ଜନସାଧାରଣ ହିନସ୍ଥା ଭୋଗୁଥିବା ବେଳେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ବିଜେଡି ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
କର୍ମଚାରୀ ମାନଙ୍କର ମଧ୍ୟ କଲମଛାଡ ଆନ୍ଦୋଳନ ହୋଇଥିଲା। ସେଥିରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ମଙ୍ଗଳବାର ଦିନ ମଧ୍ୟ କଲମଛାଡ ଆନ୍ଦୋଳନ ଜାରି ରହିଛି। ସେପଟେ ପୋଲିସ କେବଳ ମାମଲା ରୁଜୁ କରି ହାତ ବାନ୍ଧି ବସିରହି ଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସବୁ ମହଲରୁ ଦାବି ହେଉଛି।
