ଦୁଇ ବସ ମୁହାଁ ମୁହିଁ ଧକ୍କା, ବସ ଡ୍ରାଇଭର ଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁପାଲି ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ୪୫ ମିନିଟ ସମୟରେ ଦୁଇଟି ଘରୋଇ ବସ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏଥିରେ ପ୍ରାୟ ୩୦ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ବସ୍ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କରିସ୍ମା ନାମକ ଘରୋଇ ବସ ସୋନପୁର ପଟରୁ ସମ୍ବଲପୁର ଯାଉଥିଲା ବେଳେ ସମ୍ବଲପୁର ପଟରୁ ଚକାଡୋଳା ବସ ସୋନପୁର ପଟକୁ ଆସୁଥିଲା । ଏହି ସମୟ ରେ ଦୁଡୁପାଲି ଠାରେ ଦୁଇ ବସ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ରେ ଆହତ ମାନଙ୍କୁ ଉଲୁଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି  ।

 

Leave a Reply

Your email address will not be published. Required fields are marked *