ଜିଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

କେନ୍ଦ୍ରାପଡା, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ପୌରପରିଷଦ ଅନ୍ତର୍ଗତ ବଳଦେବ ହାଇସ୍କୁଲରେ କେନ୍ଦ୍ରାପଡା ଜିଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ  ପ୍ରଦୀପ କୁମାର ନାଗ ରେଡକ୍ରସ ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍ୱେଛାସେବୀ ଛାତ୍ରଛାତ୍ରୀ ଓ ମାର୍ଗଦର୍ଶକ ଶିକ୍ଷକ ଏବଂ ଶିକ୍ଷଯତ୍ରୀଙ୍କ ଉପସ୍ଥିତିରେ ଜିଲା ଜୁନିୟର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରାଙ୍କ ସଂଯୋଜନାରେ “ମାନବିକତା ଜୀବିତ ରଖିବା’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସ୍ୱେଛାସେବୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ସାଧାରଣ ଜ୍ଞାନ ଓ ବିପର୍ଯୟ ସମୟରେ ସ୍ୱେଛାସେବୀଙ୍କ ଭୂମିକା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଟିଆପଡା ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରୁବିନା ପ୍ରଧାନ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଜୁନିୟର ରେଡକ୍ରସର ଗୁରୁତ୍ୱ ବର୍ଣନା କରିବା ସହ ଦୁସ୍ଥ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସେବା ଯୋଗାଇଦେବାହିଁ ପ୍ରକୃତ ମାନବିକତା ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ଯୋଗଦେଇ ସେବାହିଁ ପରମ ତପ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମାନ୍ନୀତ ଅତିଥି ଭାବେ ଜିଲା ଜୁନିୟର ରେଡକ୍ରସ ଯୁଗ୍ମ ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି ଓ ବିପର୍ଯୟ ପରିଚାଳନା ସାଧନକର୍ମୀ ବ୍ରଜସୁନ୍ଦର ଦାସ ଯୋଗ ଦେଇଥିଲେ । ଜିଲା ଜୁନିୟର ରେଡକ୍ରସ ସମ୍ପାଦିକା ସ୍ମିତା ପ୍ରତିଭା ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଜାତୀୟ ସ୍ତରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଜିଲାର ଜୁନିୟର ସ୍ୱାତିସ୍ମିତା ନାୟକ, ରାଜ୍ୟ ସ୍ତରରେ ଶ୍ରେଷ୍ଠ ମାର୍ଗଦର୍ଶିକା ଓ ଶ୍ରେଷ୍ଠ ଜୁନିୟର ଭାବେ ପୁରସ୍କୃତ ହୋଇଥିବା ଜିଲାର ଶୁଭଶ୍ରୀ ବେହେରା ଓ ଦେବାଶ୍ରୀ ରାଉତରାୟଙ୍କୁ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ସମ୍ବର୍ଦ୍ଧିତ କରିଥିଲେ । ସାଧନକର୍ମୀ  ତପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ମାର୍ଗଦର୍ଶକ ଶୁଭେନ୍ଦୁ କୁମାର ନାୟକ, ରାମଚନ୍ଦ୍ର ବେହେରା, ସତ୍ୟାନନ୍ଦ ବେଜ, ରଞ୍ଜନ କୁମାର ଦାଶ, ରାଜେଶ ଜୁମାର ପଣ୍ଡା, ମାର୍ଗଦର୍ଶିକା ଶୁଭଶ୍ରୀ ବେହେରା, ରୁବିନା ଖାତୁନ, ପ୍ରଭାତୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *