କେନ୍ଦ୍ରାପଡ଼ା, ୦୬/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଉପକଣ୍ଠସ୍ଥ ଗୁଲନଗରରେ ଥିବା ସଞ୍ଜିବନୀ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ୟୁବା ଭାରତ କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ଅଧ୍ୟକ୍ଷ ଚିତରଞ୍ଜନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଳପୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ସମାସେବୀ ଶ୍ରୀଧର କୁମାର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ସଂକଳ୍ପ ବଦ୍ଧ କରାଇଥିଲେ । ପରେ ପିଲାମାନଙ୍କ ମଧ୍ୟରେ ତର୍କ ଓ କୁଇଜ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଏଥିସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃ୍କ୍ଷର ଚାରା ରୋପଣ କରାଯାଇଥିଲା । କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ମାଇଁ ଭାରତ ଯୁବା ଭାରତ ର କର୍ମକର୍ତା ଲକ୍ଷ୍ମୀକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଜଗନ କୁମାର ଦାସ, ଜସ୍ମିନ୍ ଭୂୟାଁ, ଗଙ୍ଗାରାଣୀ ପରିଡ଼ା, କୈବଲ୍ୟ ବେହେରା, ରାଜା ମଳିକ, ଅଙ୍କିତା ମିଶ୍ର, ଜ୍ୟୋତିରେଖା ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
