ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ନଳକୂପ ପାଇଁ ସାଂସଦଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୧୩/୮/୨୦୨୪ (ଓଡ଼ିଶା ସମାଚାର)-ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଏକ ଗଭୀର ନଳକୂପ ଖୋଳାଯିବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୧୯୯୦ମସିହାରେ ଇନ୍ଦୁପୁର ଠାରେ ଏହି ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି ଶିକ୍ଷାକେନ୍ଦ୍ର ନବ ଜୀବନ ଶିକ୍ଷା ସଂସଦର ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ । ଏହି ଶିକ୍ଷାକେନ୍ଦ୍ରରେ ଆଖପାଖ ଅଂଚଳର ୪/୫ଟି ଗ୍ରାମର ୨ଶହ ଛାତ୍ରଛାତ୍ରୀ ଅଦ୍ୟୟନ କରନ୍ତି । ଶିକ୍ଷାକେନ୍ଦ୍ର ପରିସରରେ ଥିବା ଏକମାତ୍ର ନଳକୂପଟି ଅଚଳ ହୋଇପଡିଛି । ଫଳରେ ପିଇବା ପାଣି ପାଇଁ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହି ଶିକ୍ଷା କେନ୍ଦ୍ର ପରିସରରେ ଏକ ଗଭୀର ନଳକୂପ ଖୋଳାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଶିକ୍ଷାକେନ୍ଦ୍ର ପକ୍ଷରୁ ମମତା ନାୟକ, ଅନନ୍ତ ଚରଣ ସାହାଣୀ, ବସନ୍ତ ମହାପାତ୍ର ଓ ଶକୁନ୍ତଳା ସାହାଣୀ ପ୍ରମୁଖ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *