ଭୁବନ, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନ କୃଷକ ସମାଜ ଓ ଭୁବନ କୃଷକ ବିକାଶ ପରିଷଦ ତରଫରୁ ମହା ଆଡ଼ମ୍ବରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। କୃଷକ ସମାଜ ଆନୁକୁଲ୍ୟରେ ପାଲା ମଣ୍ଡପ ସ୍ଥିତ ହନୁମାନ ମନ୍ଦିର ରୁ କୃଷକ ମାନେ ସମବେତ ହୋଇ ପୂଜାର୍ଚ୍ଚନା କରି ହଳ ବଳଦ ଓ ଟ୍ରାକ୍ଟର ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ। ତାପରେ ହିଙ୍ଗୁଳା ପୀଠ ପୁରୁଷୋତ୍ତମ ପୁର ମୌଜାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ। ଭୁବନ କୃଷକ ସମାଜ ର ପୂର୍ବତନ ସଭାପତି ଦିଲୀପ ଦାସ, ସଭାପତି ବାସୁ ଗୁରୁ, ସମ୍ପାଦକ ସୁଶାନ୍ତ ଗୁରୁ, ବରିଷ୍ଟ ସଦସ୍ୟ ଶ୍ରୀଧର ବେହେରା, ଅର୍ଜୁନ ପୃଷ୍ଟି, ଅନୁକୂଳ ପୋଥାଳ, ଚୈତନ୍ୟ ବେହେରା, ଶେଷଦେବ ବେହେରା, ମନମୋହନ ବେହେରା, ପପୁ ଦାସ, ଧନେଶ୍ଵର ଦାସ, ମକର ଗୁରୁ ଓ କୋଷାଧ୍ୟକ୍ଷ ସତ୍ୟାନନ୍ଦ ପୃଷ୍ଟି ଙ୍କ ସହ ଶତାଧିକ କୃଷକ ଉପସ୍ଥିତ ଥିଲେ। ଅନୁରୂପ ଭାବେ କୃଷକ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ପାଲା ମଣ୍ଡପ ନିକଟରୁ ଶତାଧିକ କୃଷକ ହଳ ଲଙ୍ଗଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବୁଦ୍ଧେଶ୍ୱର ମନ୍ଦିର ରେ ପହଞ୍ଚି ବିଧି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ତଥା ବରିଷ୍ଠ କୃଷକ ନେତା ବିପ୍ରବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷୀ ମୁଠି ଅନୁକୂଳ କରିଥିଲେ । ସମ୍ପାଦକ ରଥ ସେଠୀ ଙ୍କ ସମେତ ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ପୃଷ୍ଟି, ବିଦ୍ୟାଧର ପୋଥାଳ ଙ୍କ ସମେତ ଶତାଧିକ କୃଷକ ଯୋଗଦେଇଥିଲେ ।