ବଡ଼ବିଲ, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- ବଡ଼ବିଲରେ ଆନନ୍ଦ ଓ ଉଦ୍ଦିପନାର ସହିତ ପାରମ୍ପାରିକ ‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଭୋର ୪ଟାରୁ ସହର ଉପକଂଠ କାରୋନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ଡଙ୍ଗା ଭସାଇବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇଥିଲେ । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ପାମ୍ପାରିକ ‘ବୋଇତ ନିର୍ମାଣ କଳା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଖଣି ନିଗମର ସହଭାଗିତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ଥାନୀୟ ଅଂଚଳର ବହୁ ପ୍ରତିଭାବାନ, ବୋଇତ ନିର୍ମାଣ କରି ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ।ସେହିପରି ଭାବରେ ବଡ଼ବିଲ ନୀଳାଦ୍ରୀ ଓ ବଡ଼ବିଲ ବିଜେପି ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯାଇଥିଲା.ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଦର୍ଶିତ ଆକର୍ଷଣୀୟ ବୋଇତ ଗୁଡ଼ିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ନଗଦ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ସମୂହ ବୋଇତ ବନ୍ଦାଣରେ ସଭିଏଁ ସାମିଲ ହୋଇଥିଲେ । ମହିଳା ମାନେ ପରମ୍ପରା ଅନୁଯାୟୀ ପାନ, ଗୁଆ, କଉଡ଼ି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ ବୋଇତ ଓ ଡଙ୍ଗା ଭସାଇଥିଲେ ଜନ ସାଧାରଣ ଙ୍କ ପାଇଁ କଳା କଳ୍ପନା ତା ନିଜସ୍ୱ ଆଡୁ ସାଧାରଣ ଲୋକ ଙ୍କ ପାଇଁ ଚା ଓ ଜଳଖିଆ ବ୍ୟବସ୍ତା କରଯାଇଥିଲା । ୪ ଘଂଟା ଧରି କାରୁବାକୀ ଘାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।ଅନ୍ୟ ପକ୍ଷରେ ଆଜି ଗୁରୁ ନାନକ ଙ୍କ ଜନ୍ମ ଜୟନ୍ତୀ ହୋଇଥିବାରୁ ବଡ଼ବିଲ ଗୁରୁଦ୍ୱାର ରେ ପ୍ରବଳ ଭିଡ ଦେଖୀ ବାକୁ ମିଳିଥିଲା ।