ମାହାଙ୍ଗା ଗାନ୍ଧୀ ସଚ୍ଚି ଜେନାଙ୍କ ୪୪ ତମ ସ୍ମୃତି ଉତ୍ସବ

ମାହାଙ୍ଗା,୨୦/୦୨/୨୦୨୬( ଓଡିଶା ସମାଚାର/ ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ସଞ୍ଜୟ କୁମାର ଛୁଆଲ ସିଂହଙ୍କ ସଭାପତିତ୍ୱରେ ମାହାଙ୍ଗା ଗାନ୍ଧୀ ସଚ୍ଚିଦାନନ୍ଦ ଜେନାଙ୍କ ୪୪ ତମ ସ୍ମୃତି ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାରଦା ପ୍ରଧାନ ଯୋଗଦେଇ ସଂଗ୍ରାମୀ ସଚ୍ଚିଦାନନ୍ଦ ଜେନା ଙ୍କ ବହୁମୁଖୀ ଜୀବନାଦର୍ଶ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି ଗାନ୍ଧିବାଦୀ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।

ନଡ଼ିଆ ସାହସପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଚ୍ଚିଦାନନ୍ଦ ଜେନା ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରିବାକୁ ସରକାର ଙ୍କ ନିକଟରେ ଦାବି କରିବେ ବୋଲି କହିଥିଲେ । ଆଇନୀଜୀବୀ ଶ୍ରୀବନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ପ୍ରଗତିବାଦୀର କାର୍ୟ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ,ମୁଖ୍ୟ ବକ୍ତା ଭାବେ ସମାଜସେବୀ ବିଶ୍ୱଜିତ ରାୟ ଯୋଗଦେଇ ଥିଲେ । ଏହି ଅବସରରେ ସମାଜସେବୀ କୃଷ୍ଣା ମହାନ୍ତି ଙ୍କୁ ସଚ୍ଚିଦାନନ୍ଦ ଜେନା ସମାନ ରେ ସାମାନିତ କରାଯାଇଥିଲା ।

ଜିତେନ୍ଦ୍ର ଶତପଥୀ, ନିର୍ମଳ ରାଉତ, ମନୋରଞ୍ଜନ ବିଶ୍ୱାଳ, ସୁରେନ୍ଦ୍ର ମହାନ୍ତି, ଧ୍ରୁବ ଚରଣ ସାମଲ, ମନୋରଞ୍ଜନ ନାୟକ , ରମେଶ ସ୍ୱାଇଁ, କିଶୋର ରାଉତଙ୍କ ସମେତ ମାହାଙ୍ଗା ବିକାଶ ପରିଷଦ ର ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ପନଙ୍ଗ ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *