ବଦଳିଲେ କନ୍ଦରପୁର ଇଲେକ୍ଟ୍ରିକାଲ ଜେଇ ତୁଳସୀ ଦାସ, ବିଦାୟ ସମ୍ବର୍ଦ୍ଧନା 

କଟକ ସଦର ୧୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସଦର ଅନ୍ତର୍ଗତ କିଶନନଗର ଏବଂ ପରେ କନ୍ଦରପୁର ଠାରେ ଥିବା ଟିପିସିଓ ଡିଏଲ ସେକ୍ସନ ରେ ଦୀର୍ଘ ୧୨ ଵର୍ଷରୁ ଉର୍ଦ୍ଧ୍ବ ଜେଇ ଭାବେ କାର୍ଯ୍ୟରତ ଥାଇ ଉପଭୋକ୍ତା ମାନଙ୍କର ପ୍ରିୟପାତ୍ର ହୋଇଥିବା ତୁଳସୀ ଦାସଙ୍କର ଇତିମଧ୍ୟରେ ଅନ୍ୟତ୍ର (ଜଗତପୁର କୁ) ବଦଳି ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କନ୍ଦରପୁର ଅଞ୍ଚଳର ଉପଭୋକ୍ତା ମାନଙ୍କ ପକ୍ଷରୁ ସମାଜସେବୀ ସମର ବେହେରାଙ୍କ ନେତୃତ୍ବରେ ଆୟତପୁର ସରପଂଚ ରାକେଶ ବେହେରା, ପରମହଂସ ସରପଂଚ ଅଶୋକ ପାତ୍ର,ନିମେଇଶାପୁର ସରପଂଚ ଜ୍ୟୋସ୍ନା ରାଣୀ ରାଉତରାୟ ପ୍ରମୁଖ ଇଂ ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ନିରବଚ୍ଛିନ୍ନ ସେବା ଓ ଲୋକପ୍ରିୟତାକୁ ଅଞ୍ଚଳବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *