ଲକ୍ଷ୍ମୀପୁର,୨୧/୦୫/୨୦୨୫ (ଓଡ଼ିଶା ସମାଚାର)- ଆମ ଦେଶ ଓ ପାକିସ୍ତାନ ସହ ଚାଲିଥିବା “ଅପରେସନ୍ ସିନ୍ଦୂର’ର ସଫଳତା ପରେ ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇ ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ରେ ଆଜି ‘ପରାକ୍ରମ’ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା।
ପଞ୍ଚାୟତ ସଭାପତି ସହଦେବ ବିଡ଼ିକା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ପ୍ରକାର ର ସ୍ଲୋଗାନ ଦେଇ ରାଜନ ପଣସଗୁଡ଼ାରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।
ସେଠାରେ ବୀର ଯବାନଙ୍କୁ ସମ୍ମାନ ଜଣାଇ ଅଭିଭାଷଣ ପ୍ରଦାନ କରାଯିବା ସହ ପାକିସ୍ତାନୀ ବିରୋଧୀ ନାରା ଦେଇଥିଲେ। ଫଳରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।ପରେ ତିନି ବାହିନୀର ବୀର ଜବନା ଙ୍କ ସଫଳତାକୁ ନେଇ ଭାରତ ମାତାକି ଜୟ ନାରା ଦିଆ ଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।ଏଥିରେ ଓଡ଼ିଆପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା,ସୀତାରାମ ଖରା ମାନସ ହିକକା ପ୍ରଭୁତି ଉପସ୍ଥିତ ରହି ସହଯୋଗ କରିଥିଲେ ।