କଟକ ଠାରେ ସହିଦ୍ ଵାଜି ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ ସଦର,୧୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ମହାନଗର ନିଗମ ପକ୍ଷରୁ କଟକ ଖାନନଗର ଶ୍ମଶାନ ନିକଟରେ ଭାରତର ସ୍ୱାଧୀନତା ସଂଗ୍ରାମ ର ସର୍ଵ କନିଷ୍ଠ ସହିଦ୍ ଵାଜି ରାଉତଙ୍କ ପ୍ରତିମୂର୍ତ୍ତି ଆଜି ଶନିବାର ଦିନ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନ୍ୟାୟ ମୂର୍ତ୍ତି ଅରଜିତ ପଶାୟତ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି।

ଏହି ଅବସରରେ କେଏମସି ମେୟର ସୁବାସ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କେଏମସି କମିଶନର କିରଣଦୀପ କଉର ସହୋଟା,ଉପ ମେୟର ଦମୟନ୍ତୀ ମାଝୀ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଵାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *