କେନ୍ଦୁପାଟଣା ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ର ଆଗାମୀ ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

ନିଶ୍ଚିନ୍ତକୋଇଲି,୨୯/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀ ତଟରେ ମା ଦୁର୍ଗାଙ୍କର ଊନତ୍ରିଂଶ ବାର୍ଷିକ ଦୁର୍ଗାପୂଜା ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ର କର୍ମକର୍ତ୍ତା ଓ ସଦସ୍ୟ ମାନେ ମା’ ଅଷ୍ଟାଦଶ ଭୁଜା ଙ୍କ ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । କମିଟି ଦ୍ୱାରା ପ୍ରସ୍ତୁତ କାର୍ୟ୍ୟସୂଚୀ ଅନୁଯାୟୀ ଅକ୍ଟୋବର ୯ ତାରିଖ ବିଲ୍ୱାଧୀବାସ, ୧୦ ତାରିଖ ସପ୍ତମୀ ପୂଜା, ୧୧ତାରିଖ ମହାଷ୍ଟମୀ ଦୁର୍ଗାବ୍ରତ, ୧୨ ତାରିଖ ମହାନବମୀ ପୂଜା, ୧୩ ତାରିଖ ବିଜୟା ଦଶମୀ ଦଶହରା ପୂଜା ଅନୁଷ୍ଠିତ ହେବ । ଉକ୍ତଦିନ ବିଜୟ ଯାତ୍ରା ଓ ଘଟ ବିସର୍ଜନ ପରେ ରାତ୍ର ୯.୩୦ ସମୟରେ ସଟସର୍କିଟ ମାଧ୍ୟମରେ ରାବଣ ପୋଡି ଉତ୍ସବ ଓ ଆତସବାଜୀ ପ୍ରଦର୍ଶନ ସହଭଷାଣି ଯାତ୍ରା ଅନୁଷ୍ଠିତ ହେବ । ତେବେ ପୂଜା ସମୟକୁ ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବାରୁ ଆୟୋଜକ ତଥା ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *