କେନ୍ଦ୍ରାପଡା ,୦୮/୦୫/୨୦୨୪ (ଓଡ଼ିଶା ସମାଚାର) – ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ଶ୍ରେଷ୍ଠ ପ୍ରାଣୀ ମଣିଷର ପାଟି ଖୋଲୁଥିବାରୁ ସେ ପାଣିର ଆବଶ୍ୟକତା ଅତି ସହଜରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ ?। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଭାଈ ମାନେ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥଲେ। ଯାହା କେନ୍ଦ୍ରାପଡା ସହର ର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କ ରେ ମାଟି ପାତ୍ର ବାନ୍ଧି ତା ମଧ୍ୟ ରେ ପାଣି ରଖି ଥିଲେ। ସୁଦୂର ଆଳୀ ଅଂଚଳର ଦିବ୍ୟ।ଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଆଜିର ଏହି ସେବା କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ହରିହର ନାୟକ, ଆଲୋକ କୁମାର ମଲ୍ଲିକ, ମନୋଜ କୁମାର ରାଉତ, ପ୍ରତାପ ବେହେରା ଓ ସହଦେବ ଭାଈ ପ୍ରମୁଖ ଉପସ୍ଥିତ ଥିଲେ ।