ଵରୀ ରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ।

ଯାଜପୁର,୨୫/୧୨/୨୦୨୩ (ଓଡ଼ିଶା ସମାଚାର)-  ବରୀ ନିର୍ବାଚନ ମଣ୍ଡଳୀରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳିତ ହୋଇଛି । ଓବିସି ସେଲ ବିଜେପି ରାଜ୍ୟ ସମ୍ପାଦକ  ତଥା ବରୀ ବିଜେପି ଯୁବ ନେତା ଶ୍ରୀ ବିବେକାନନ୍ଦ ଜେନାଙ୍କ  ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ ଓବିସି କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାଜପେୟୀ ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ  ଅର୍ପଣ କରି ଆଜି ଦିବସର ତାତପର୍ଯ୍ୟ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ସ୍ମୃତି ରେ ସୁଜନପୁର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି  ଶ୍ରୀ ଜେନା ,ବିଜେପି ର କର୍ମୀ ,ଅତିଥି ମାନଙ୍କ  ସହ  ବରୀ ରମାଦେବୀ ବାଳିକା  ବିଦ୍ୟାଳୟ ପଡିଆରେ ପହଞ୍ଚି ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଓ ବିଜେପି କର୍ମୀ  ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *