ତୁମୁଡିବନ୍ଧ ବ୍ଲକ ପରିସରରେ ” ମିଶନ ଶକ୍ତି କାଫେ ” ସାଂସଦ ଙ୍କ ଦ୍ୱାରା ଉଦଘାଟିତ

ବାଲିଗୁଡା,୨୬/୧୨/୨୫:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର, ସିଆରପିସିଏମ ଓ ଏମବିକେମାନେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମିଶନ ଶକ୍ତି କାଫେ ଗୃହକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡା ଆଇଟିଡିଏପିଏ କୃପା ସିନ୍ଧୁ ବେହେରା, ତୁମୁଡିବନ୍ଧ ଏମ୍‌ପି ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ପୂର୍ବତନ ଭା ଜ ପା ଜିଲ୍ଲା ସଭାପତି ଜଗନାଥ ସାହୁ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ, ବରିଷ୍ଠ ନେତା ପଦ୍ମ ଚରଣ ଦାସ, ତୁମୁଡିବନ୍ଧ ମଣ୍ଡଳ ସଭାପତି ସର୍ବେଶ୍ୱର ମାଝୀ ବରିଷ୍ଠ ନେତା ଶ୍ରୀଚନ୍ଦ୍ର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନ ପରେ କାଫେକୁ ଏମ୍‌ପି ବୁଲି ଦେଖିବା ସହିତ ପରିଚାଳନା ଦାୟିତ୍ୱ ନେଇଥିବା ମା’ ଗଜଳକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ ଅଲୋଚନା କରିଥିଲେ । ଏହି ଅବସରରେ ଏମ୍‌ପି ପାଣିଗ୍ରାହୀ କହିଥିଲେ, ତୁମୁଡିବନ୍ଧ ବ୍ଳକରେ ମିଶନ ଶକ୍ତି କାଫେ ନ ଥିଲା। ଯାହା ଫଳରେ ଦୂର ପଞ୍ଚାୟତ ମାନଙ୍କରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ନିଜ କାମ ସାରି ବଜାର ହୋଟେଲରେ ଅଧିକା ଟଙ୍କା ଦେଇ ଭୋଜନ କରି ନିଜ ଘରକୁ ଫେରିଥାନ୍ତି। ଏହା ବିଚାରକୁ ନେଇ ମିଶନ ଶକ୍ତି କାଫେରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠି ମଧ୍ୟରେ ଚା’ ଜଳଖିଆ ଓ ଭୋଜନ ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ସ୍ବାଦିଷ୍ଟ ଭୋଜନ ଯୋଗାଇବା ଦିଆଯିବ।ଅନ୍ୟ ପକ୍ଷରେ ଅଞ୍ଚଳ ବାସୀ ଉତ୍ତମ ଖାଦ୍ୟ ଖାଇବା ପାଇଲେ ଓ ଆମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କ୍ଷମ ହେବେ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ମିଶନ ଶକ୍ତି ଏକାଉଣ୍ଟାଣ୍ଟ ବାବୁଲି ନାୟକ,ଓ ଏଲ ଏମର ବି ପି ଏମ ଅକ୍ଷୟ କୁମାର ପ୍ରଧାନ ,ବି ଏଲ ସି ବାଦଲ ପ୍ରଧାନ,ବିପିସି ସରୋଜ କୁମାର ଦିଗାଲ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *