ମାହାଙ୍ଗା,୦୫/୦୬/୨୦୨୫(ଓଡିଶା ସମାଚାର /ଅଭୟ ଜେନା)-ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବାରେ ମାହାଙ୍ଗା ମାଟିର ଯୋଗଜନ୍ମା ପୁରୁଷ ରାୟ ବହାଦୁର ନନ୍ଦ କିଶୋର ଦାସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିଭା ଭବନ କୁଆଁପାଳ ପ୍ରାଙ୍ଗଣରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସଭାକୁ ଅନୁଷ୍ଠାନିକ ଭାବେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉଦଘାଟନ କରି କହିଲେ ନନ୍ଦକିଶୋର ଦାସଙ୍କ ଭଳି ଜଣେ ଧୂରୀଣ ମାଟି ଏବଂ ଓଡିଆ ଭାଷା ମନସ୍କ ମଣିଷ ଙ୍କ ପାଇଁ ଏ ଜାତି ଗର୍ବିତ ।
ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ – ଓଡିଆ ଭାଷା ସଂସ୍କୃତି ପାଇଁ ନନ୍ଦକିଶୋରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ପ୍ରାଧ୍ୟାପକ ଦାଶ ବେନହୁର ଯୋଗଦେଇଥିଲେ । ଓଡିଆ ଭାଷା ଏବଂ ଓଡିଆ ଜାତିର ଅସ୍ମିତା ପାଇଁ ନନ୍ଦ କିଶୋର ଦାସଙ୍କ ସଂଗ୍ରାମ ଓ ସଂଘର୍ଷର ପଟ୍ଟାନ୍ତର ନାହିଁ ବୋଲି ଦାଶ ବେନହୁର କହିଥିଲେ । ଉତ୍ସବରେ ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଞ୍ଜୟ କୁମାର ଛୁଆଳ ସିଂ ଅଧ୍ୟକ୍ଷତା କରିଥିଲେ ।
ଡକ୍ଟର ଅଶୋକ ରାଉତ, ପନଗ ଭୂଷଣ ଦାସ,ନୃସିଂହ ଚରଣ ମିଶ୍ର, ଭକ୍ତ ଚରଣ ସ୍ୱାଇଁ, ଜିତେନ୍ଦ୍ର ଶତପଥୀ, ଦେବେନ୍ଦ୍ର ସାହୁ, ରମେଶ ସ୍ୱାଇଁ, ଅବନୀ କୁମାର ଦାସ,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ଡକ୍ଟର ଏକାଦଶୀ ପ୍ରଧାନ, ଡକ୍ଟର ନିଖିଳେଶ ମହାନ୍ତି, ଡକ୍ଟର ମନୋରଞ୍ଜନ ବେହୁରା, ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ରାମଚନ୍ଦ୍ର ମହାପାତ୍ର,ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ବିଜୟ ରାଉତ, ସମାଜସେବୀ ଅଶୋକ ବିଶ୍ୱାଳ,ଯତୀନ୍ଦ୍ର ଜେନା, ଉମେଶ ଭଞ୍ଜ, ଅମରେନ୍ଦ୍ର ସିଂ, ମନୋରଞ୍ଜନ ନାୟକ, କିଶୋର ରାଉତ, ନିର୍ମଳ ରାଉତ, ସୁରେନ୍ଦ୍ର ମହାନ୍ତି,ମନୋରଞ୍ଜନ ବିଶ୍ୱାଳ,ଲବଙ୍ଗଲତା ରାଉତ, ପ୍ରଶାନ୍ତ ମହାନ୍ତି, କାହ୍ନୁ ସାହୁ, ନିର୍ମଳ ଦାସ, ତ୍ରିଲୋଚନ ପ୍ରହରାଜ, ବିଶ୍ୱଭୂଷଣ ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗଦେଇ ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।