ପାରାଵିଲ୍ ପ୍ରିମିୟର ଲିଗ୍ (ପିପିଏଲ) ରାତ୍ରି କାଳୀନ କ୍ରିକେଟ ଧମାକା ଉଦଯାପିତ,୬ ନମ୍ବର ଟିମ୍ ଚମ୍ପିୟାନ 

କଟକ ସଦର,୦୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ୍ ଠାରେ ଗତକାଲି ଶନିବାର ରାତିରେ ଏକ ନିଆରା ଢଙ୍ଗରେ ଗ୍ରାମର ଐତିହ୍ୟ ଭାଇଚାରା ଓ ଏକତାର ବାର୍ତ୍ତା ବହନ କରି ପାରାଵିଲ ପ୍ରିମିୟର ଲିଗ୍ (ପିପିଏଲ) କ୍ରିକେଟ ଧମାକା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାହାରର ଖେଳାଳିଙ୍କ ପରିବର୍ତ୍ତେ କେବଳ ଗ୍ରାମର ୬ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଗ୍ରାମ କମିଟି ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନ ସଭାରେ ଗ୍ରାମ କମିଟି ସଭାପତି ନିରଂଜନ ରାଉତରାୟ, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ଯୁଗ୍ମ ସଂପାଦକ ବସନ୍ତ କୁମାର ବାଡି, କୋଷାଧ୍ୟକ୍ଷ ପ୍ରଭାକର ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ରଣଜିତ ରାଉତରାୟ, ଖଗେଶ୍ବର ମୁଦୁଲି ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ରବିବାର ପୂର୍ବାହ୍ନରେ ଉଦଯାପନ ସଭାରେ ଚମ୍ପିୟାନ ୬ ନମ୍ବର ଟିମ୍ ଓ ୫ ନମ୍ବର ରନର୍ସ ଅପ୍ ଟିମ୍ କୁ ଗ୍ରାମ କମିଟି ଉପସଭାପତି ଜୟରାମ ପରିଡ଼ା ଟ୍ରଫି ପ୍ରଦାନ କରିଥିଲେ। ଉଦଘୋଷକ ଭାବେ ତାପସ କୁମାର ରାଉତରାୟ ସୁନ୍ଦର ଭାବରେ ଧାରାଵିଵରଣୀ ଦେଇଥିବା ବେଳେ ପରିଚାଳନାରେ ବିଶ୍ୱଜିତ୍ ଵାଡି ସହାୟତା ପ୍ରଦାନ କରିଥିଲେ। ଶେଷରେ ଗ୍ରାମ କମିଟି ସାଧାରଣ ସଂପାଦକ ବିଷ୍ଣୁ ଚରଣ ବେହେରା ଖେଳାଳୀ, ଦର୍ଶକ, ବିଚାରକ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *