ଲକ୍ଷ୍ମୀପୁର, ୦୫/୦୫/୨୦୨୪ (ଓଡ଼ିଶା ସମାଚାର) – ଆସନ୍ତା ତେର ତାରିଖ ସୋମବାର ଦିନ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ହେବାକୁ ଯାଉଥିବା ବେଳେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଉଠୁଛି ପଡୁଛି। ଏଠି ବିଜେପି ଓ କଂଗ୍ରେସ ଦଳ ପ୍ରଚାର ଜୋର୍ ସୋର୍ ଆରମ୍ଭ କରିଥିବା ବେଳେ ବିଜେଡ଼ି ଦଳର ଦେଖା ନାହିଁ।ଆଜି ଲକ୍ଷ୍ମୀପୁର ସାପ୍ତାହିକ ହାଟରେ କଂଗ୍ରେସ ଦଳ ପ୍ରଚାର କରିଥିବା ଦେଖିବାକୁ ମିଳିଛି। କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା,ବ୍ଲକ୍ ସଭାପତି କୈଳାସ ଖସଲା ଅପରାହ୍ନ ଗୋଟାଏ ବେଳେ ସ୍ଥାନୀୟ ଘୋଡାବନ୍ଧ ଆମ୍ବ ତୋଟା ଠାରୁ ଏକ ବିରାଟ ପଟୁଆରରେ ବାହାରି ବଜାର ପରିକ୍ରମା କରି ଶତାଧିକ କମୀଙ୍କ ସହ ଦେଢ଼ କିଲୋମିଟର ଦୂର ସାପ୍ତାହିକ ହାଟରେ ପହଞ୍ଚି ଥିଲେ। ହାତ ଚିହ୍ନରେ ପବିତ୍ର ଭାଇଙ୍କୁ ଭୋଟ ଦେବାକୁ ନିବେଦନ କରିବା ସହ ବିଜେଡ଼ି ସରକାର ଉପରେ ବୋଷୋଦଗାର କରି ଥିଲେ।ଏପରିକି ୨୫ ବର୍ଷ ଶାସନ କାଳରେ ଓଡ଼ିଶାର କୌଣସି ଉନ୍ନତି ହୋଇ ନଥିବା ଦଳୀୟ ନେତା ମାନେ କହିଥିଲେ।କୋଉଠି ଲୋକେ ପାନୀୟ ଜଳର ସମସ୍ୟାରେ ଘାଣ୍ଟି ହେଉଛନ୍ତି ତ କୋଉଠି ରାସ୍ତା ସମସ୍ୟା,କୋଉଠି ବିଜୁଳି ନାହିଁ ତ କୋଉଠି ଲୋକେ ଦାଦନ ଯାଇ ଅସୁବିଧାର ସମ୍ମୁଖିନ ହେଲେଣି।ଏଇ ବିଜେଡ଼ି ସରକାର ଲୋକଙ୍କୁ ଏଇଭଳି ଭୁଆଁ ବୁଲାଇ ଚାଲିଛନ୍ତି।ତେଣୁ ଏଭଳି ସରକାର ଆମର ଦରକାର୍ ନାହିଁ। ନିଜେ ଜଣେ ଓଡ଼ିଆ ହୋଇ ତାମିଲ ଶାସନ ଚଳାଇଛନ୍ତି। ଆମ ରାଜ୍ୟ ଭାର ଜଣେ ଅଣ ଓଡ଼ିଆ ହାତରେ ଟେକି ଦେଇଛନ୍ତି।ଯୋଉଥି ପାଇଁ ଏବେ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁ ଛନ୍ତି।ତେଣୁ ଏବେ ପରିବର୍ତ୍ତନର ସମୟ ଆସିଛି।ଆପଣ ମାନଙ୍କ ହାତରେ ସବୁ ପାୱାର ରହିଛି।ହାତ ଚିହ୍ନ ରେ ଭୋଟ ଦିଅନ୍ତୁ ଏଇ ମିଛୁଆ ଲାଞ୍ଚୁଆ ସରକାରଙ୍କୁ ଗାଦିଚ୍ୟୁତ କରନ୍ତୁ ବୋଲି ସଭାପତି ଶ୍ରୀଯୁକ୍ତ ଖସଲା କହିଥିଲେ। ସେହିପରି ବନ୍ଧୁଗାଁ ବ୍ଲକ୍ କୁମ୍ଭାରୀପୁଟ୍ ସାପ୍ତାହିକ ହାଟରେ ବିଜେପି ଦଳ ନିଜର ସହ ସହ କର୍ମୀଙ୍କ ସହ ପ୍ରଚାର ପାଇଁ ପହଞ୍ଚିଥିଲା।ବିଜେପି ଦଳର ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ଲକ୍ଷ୍ମୀପୁର ହାଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ।କୋରାପୁଟ ଜିଲ୍ଲାର ବିକାଶ ଦିଗରେ ବାହାବାହା ଗୋଟାଉ ଥିବା ବିଜେଡ଼ି ସରକାର ଆମ ଅଞ୍ଚଳବାସୀଙ୍କୁ ୨୫ ବର୍ଷ ହେଲାଣି ଠକି ଚାଲିଛନ୍ତି।ତାର ଉଚିତ୍ ଜବାବ ଦେବାର ସମୟ ଆସିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେଡି ଦଳ ଶାସନ କରି ସାରିଲେଣି ହେଲେ କିଛି ଫରକ ପଡ଼ିଲାନାହିଁ।ଏଠାକାର ଲୋକେ ଆଗରୁ ଯେମିତି ଥିଲେ ଏବେବି ସେମିତି ଅଛନ୍ତି।ଏଠାକାର ଲୋକଙ୍କୁ ନେଇ ରାଜ୍ୟ ସରକାର ରାଜନୀତି କରି ଚାଲି ଥିବା ବେଳେ ଜଣେ ଅଣ ଓଡ଼ିଆ ମାଲାମାଲ୍ ହେଉଛି।ଅଥଚ ଏଠି ଲୋକଙ୍କୁ ପେଟ ପାଇଁ ଦାନା ଖୋଜିବାକୁ ଦାଦନ ଯିବାକୁ ପଡୁଛି।ଏବେ ଏଇ ଭଳି ଅଣ ଓଡ଼ିଆଙ୍କ ନିର୍ଦ୍ଦେଶରେ ଚାଲିଥିବା ସରକାରଙ୍କୁ ଓପାଡ଼ି ଫିଙ୍ଗିବାର ସମୟ ଆସି ଯାଇଛି।ଆପଣ ମାନଙ୍କୁ ନିବେଦନ ଆସନ୍ତା ତେର ତାରିଖ ଦିନ ବିପୁଳ ପରିମାଣରେ ବିଜେପିକୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ଶ୍ରୀ ଯୁକ୍ତ କୁଲେସିକା କହିଥିଲେ।
ହାଟରେ କମ୍ପିଲା ପ୍ରଚାର – ବିଜେଡିର ଦେଖା ନାହିଁ
