ପଶୁ ଓ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା

ଗରଦପୁର, ୦୫/୦୫/୨୦୨୪ (ଓଡ଼ିଶା ସମାଚାର)-ମୁଣ୍ଡଫଟା ଖରା,ଝାଂଜି ପବନ ସାଙ୍ଗକୁ ଅସହ୍ୟ ଗ୍ରାଷ୍ମ ପ୍ରବାହରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକେ ଅସହ୍ୟ ଗ୍ରାଷ୍ମ ପ୍ରବାହରେ ଛଟପଟ ହେଉଥିବାବେଳେ ପଶୁ , ପକ୍ଷୀ ମାନେ ପାଣି ଟୋପାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି । କେଉଁଠାରେ ଟୋପାଏ ପାଣି ନାହିଁ । ସବୁ ଗଡ଼ିଆ ପୋଖରୀ ଶୁଖିଲା । ପାଣି ମୁନ୍ଦେ ପାଇଁ ମାଙ୍କଡ଼, ଗୋଈ, ଗୋରୁ, ପକ୍ଷୀ ଡ଼ହଳ ବିକଳ ହେଉଛନ୍ତି । ପ୍ରତି ବର୍ଷ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଶନିଦେବ ପୂଜନ ସମିତି ପକ୍ଷରୁ ବଡ଼ ସିମେଂଟ ନନ୍ଦିଆରେ ପଶୁ ଓ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଥିଲା । ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଜୟତଳଙ୍ଗ ଶନିଦେବ ପୂଜନ ସମିତି ପକ୍ଷରୁ ବଡ଼ ସିମେଂଟ ନନ୍ଦିଆ ବଦଳରେ ଏକ ଛୋଟ ଶୁଖିଲା ପୋଖରୀ ରେ ମୋଟର ଲଗାଇ ପାଣି ପୁରାଇ ପଶୁ ଓ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *