ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ୧୦ରେ

ଭୁବନେଶ୍ବର, ଭୁବନେଶ୍ୱର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍କାନନରେ ଓଡିଶା । ନିର୍ବାଚନ ପ୍ରଚାରରେ ସପ୍ତାହକ ଭିତରେ ଦୁଇ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ରବିବାର ଆସି ମୋଦି ଭୁବନେଶ୍ବରରେ ରାଜଭବନରେ ରହିବେ । ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାରେ ନିର୍ବାଚନ ପ୍ରଚାର କରିବେ ।  ପୁଣି ୧୦ରେ ଆଉ ଥରେ ଆସି ରାଜଧାନୀ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ କରିବେ । ୧୧ରେ ବଲାଙ୍ଗୀରର କଣ୍ଟାବାଞ୍ଝିରେ ଭୋଟ ପ୍ରଚାର କରିବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ରବିବାର ରାତି ସାଢେ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ୬ ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।

ପୁଣି ୪ ଦିନ ପରେ ଆଉ ଥରେ ଭୁବନେଶ୍ବର ଆସି ରୋଡ ସୋରେ କରିବେ । ୧୧ରେ ବଲାଙ୍ଗିର କଣ୍ଟାବାଞ୍ଝି ଯାଇ ଦଳର ନିର୍ବାଚନ ସଭାରେ ଯୋଗ ଦେଇ ଦଳ ପାଇଁ ଭୋଟ ପ୍ରଚାର କରିବେ । କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ନେଇ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *