ବିଜେପି ଦଳରେ ଶତାଧିକ ସାମିଲ

ଲକ୍ଷ୍ମୀପୁର ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ମିଶ୍ରଣ ପର୍ବ ଜୋର୍ ସୋର୍ ଚାଲିଛି।ଏହି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଯାଇଛି। ତେଣୁ ଦଳ ଏବେ ଆପ୍ରାଣ ଉଦ୍ୟମ ଚଳାଇଛି। ଏନେଇ ଦଳ ପ୍ରଥମେ ମିଶ୍ରଣ ପର୍ବ ଜରିଆରେ ମଜଭୁତ ହେବାର ଲକ୍ଷ ରଖିଛି। ବିଜେପି ଦଳର ଦୁଇ ପ୍ରତିଦ୍ବନ୍ଦୀ ଦଳ ବିଜେଡ଼ି ଓ କଂଗ୍ରେସ ଦଳ ମଧ୍ୟ ମିଶ୍ରଣ ପର୍ବ ଜାରି ରଖିଛନ୍ତି। ହେଲେ ଏଇ କ୍ଷେତ୍ରରେ ବିଜେପି ଦଳ ସବୁ ଦଳଠୁ ଆଗରେ ଥିବା ଦେଖିବାକୁ ମିଳିଛି। ଅନ୍ୟ ଦଳ ଅପେକ୍ଷା ପ୍ରତ୍ୟେକ ଦିନ ବିଜେପି ଦଳରେ ସହ ସହ ଲୋକ ସାମିଲ ହେଉଥିବା ଶୁଣିବାକୁ ମିଳୁଛି।ଏପରିକି ଏଠି ସୋସିଆଲ ମିଡିଆରେ ମଧ୍ୟ ବିଜେପି ଦଳ ଛାଇ ଯାଇଛି। ଦିନ ରାତି ଏକ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର୍ କରିବା ଲକ୍ଷ୍ୟରେ ଦଳର ସମସ୍ତ ଛୋଟ ବଡ ନେତା ଏବେ ଲାଗିପଡିଛନ୍ତି। ଆଜି ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ଗ୍ରାମ ପଞ୍ଚାୟତ ସଦରରେ ବିଜେପି ର ଏକ ବିଶାଳ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା କୁଟିଙ୍ଗା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମର ମହିଳା ମାନେ ହଳଦୀ ଚାଉଳ ଲଗାଇ ସ୍ବାଗତ କରିଥିଲେ। ପରେ ଏକ ସାଧାରଣ ସଭା କରାଯାଇଥିବା ବେଳେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଶ୍ରୀଯୁକ୍ତ କୁଲେସିକା କୁଈ ଭାଷାର ଭାଷଣ ଦେଇ ବୃଦ୍ଧ ବୃଦ୍ଧା ଓ ମହିଳା ମାନଙ୍କୁ ବୁଝାଇଥିଲେ। ତାପରେ ଓଡିଆପେଣ୍ଠ ପଞ୍ଚାୟତରେ ମଧ୍ୟ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିବା ବେଳେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକାଙ୍କ ସମେତ ୩୦ ଜଣ ବିଜେପି ଦଳରେ ସାମିଲ ହୋଇଥିଲେ। ଉକ୍ତ ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ଭିଡ ଜମିଥିବା ବେଳେ ଅଞ୍ଚଳରେ କୌଣସି ବିକାଶ ହୋଇନଥିବା ଅଞ୍ଚଳବାସୀ କହିଥିଲେ।ଆମ ଅଞ୍ଚଳର ବିକାଶ ପାଇଁ ଆମେ କୈଳାସ ଙ୍କୁ ଭୋଟ ଦେବୁ ବୋଲି ବହୁ ସଂଖ୍ୟାରେ ଲୋକେ ନିଜ ନିଜ ମତ ପ୍ରକାଶ କରିଥିଲେ। ସେହି ପରି ପିପଳ ପଦର ପଞ୍ଚାୟତରେ ମଧ୍ୟ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ତାପରେ ଶ୍ରୀଯୁକ୍ତ କୁଲେସିକା ସଦଳବଳେ ଚମ୍ପୀ ପଞ୍ଚାୟତରେ ପହଞ୍ଚିଥିଲେ। ସେଠାରେ ଶତାଧିକ ଲୋକେ ହାତରେ ଦଳୀୟ ପତାକା ଧରି ଏକ ବିରାଟ ପଟୁଆରରେ ଶୋଭା ଯାତ୍ରା କରି ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଥିଲେ। ଚଂପି ସରପଞ୍ଚ ପ୍ରତିନିଧି ତୈଳ ପ୍ରାସ୍କାଙ୍କ ସମେତ ବିଭିନ୍ନ ଦଳର ଆଗ ଧାଡ଼ିର ନେତା ପୂର୍ଣ୍ଣ ଚନ୍ଦ୍ର ସାହୁ,ଲକ୍ଷ୍ମୀ ନାରାୟଣ ସାହୁ,ବନମାଳୀ ସାହୁ,ମାଧବ ସହୁସିମା ସାହୁ,ସୀମା ମୁଦୁଲି,ସୀମା ଦିସରୀଙ୍କ ସହ ୩୫ ଜଣ ମହିଳା ଓ ପୁରୁଷ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ବେଜିପି ଦଳରେ ସାମିଲ ହୋଇଥିଲେ। ବିଜେଡ଼ି ଦଳ ମୋ ସହ ଯୋଉ ବିଶ୍ୱାସଘାତା କରିଛି ତାର ଉଚିତ୍ ଜବାବ ଆପଣ ମାନେ ଦେବେ। ଯିଏ ମୋ ସହ ଏପରି କରି ପାରିଲା କାଲିକି ଆପଣ ମାନଙ୍କ ସହ ମଧ୍ୟ କରିବ ନାହିଁ ବୋଲି କିଛି ମାନେ ନାହିଁ, ତେଣୁ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି। ଏ ବିଜେଡ଼ି ସରକାରଙ୍କୁ ଓପାଡ଼ି ଫିଙ୍ଗି ନୂଆ ସରକାର ଗଢ଼ିବା ତେବେ ଯାଇ ଆମ ଅଞ୍ଚଳର ଉନ୍ନତି ହେଇପାରିବ ବୋଲି ଶ୍ରୀଯୁକ୍ତ କୁଲେସିକା କହିଥିଲେ। ଚାରୋଟି ପଞ୍ଚାୟତରେ ଶହ ଶହ ଲୋକେ ବିଜେପି ଦଳରେ ସାମିଲ୍ ହୋଇଥିବା ବେଳେ ସଭିଙ୍କୁ ଦଳ ତରଫରୁ ଉତ୍ତରୀୟ ସହ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରାଯାଇଥିଲା। ଆପଣ ମାନେ ବିଜେପିର ବିଧାୟକ ପ୍ରାର୍ଥୀ କୈଳାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ , ଆପଣଙ୍କ ଅଞ୍ଚଳରେ ବିକାଶର ଧାରା ଛୁଟିବ ବୋଲି ଦଳ ତରଫରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *