ସଂକଳ୍ପ ପଦଯାତ୍ରା ମିଡ଼ିଆ କମିଟି ଗଠିତ

ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଭୁବନେଶ୍ୱର ରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରାର ସମସ୍ତ କାର୍ଯ୍ୟକ୍ରମର ମୁଦ୍ରିତ, ଯାନ୍ତ୍ରିକ ଏବଂ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର, ପ୍ରସାର ପାଇଁ, ଏକ ଉପକମିଟି ସଂକଳ୍ପ ପଦଯାତ୍ରାର ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ଗଠନକରି ସେମାନଙ୍କ ତାଲିକା ଘୋଷଣା କରିଛନ୍ତି ।

ଶ୍ରୀ ମନୋରଞ୍ଜନ ଦାଶ, ଶ୍ରୀ ପଦ୍ମାକର ଗୁରୁ, ଶ୍ରୀ ପ୍ରଶାନ୍ତ ଶତପଥି, ଶ୍ରୀ ରଜନୀ ମହାନ୍ତି, ଶ୍ରୀ ନିଶିକାନ୍ତ ମିଶ୍ର, ଶ୍ରୀମତୀ ଜୟଶ୍ରୀ ପାତ୍ର, ଶ୍ରୀମତୀ ସୋନାଲି ସାହୁ, ଶ୍ରୀମତୀ ମନିଷା ଦାସ ପଟ୍ଟନାୟକ ରହିଛନ୍ତି । ସେହିପରି ଗଚ୍ଚମାଧ୍ୟମର ସଂଯୋଜକ ଭାବେ ଏବଂ ଗଚ୍ଚମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ ଦାୟିତ୍ୱରେ ଦୀପକ କୁମାର ମହାପାତ୍ରଙ୍କୁ ଓ ରାଜ୍ୟ ସାମାଜିକ ଗଚ୍ଚମାଧ୍ୟମ ଦାୟୀତ୍ୱରେ ଶ୍ରୀ ଅମିୟ ପାଣ୍ଡବଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *