ନିଶ୍ଚିନ୍ତକୋଇଲି, ୨୩/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ବିଶିଷ୍ଟ ସମାଜସେବୀ, କେନ୍ଦୁପାଟଣା ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ, ବ୍ୟବସାୟୀ କେଳୁଚରଣ ସାହୁଙ୍କର ପରଲୋକ ଘଟିଛି । ବ୍ରେନ ଷ୍ଟ୍ରୋକ ଯୋଗୁ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ତାଙ୍କ କେନ୍ଦୁପାଟଣା ସ୍ଥିତ ବାସଭବନ ରେ ପହଁଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ବିୟୋଗ ଖବର ପାଇ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ଅଚ୍ୟୁତାନନ୍ଦ ଦାସ,ପୂର୍ବତନ ସରପଞ୍ଚ ରମେଶ ସ୍ୱାଇଁ,ଯଚିନ୍ଦ୍ରନାଥ ଜେନା,ବିବେକାନନ୍ଦ ବେହେରା,କେନ୍ଦୁପାଟଣା ଦୁର୍ଗାପୂଜା କମିଟି ସମ୍ପାଦକ ନିରଞ୍ଜନ ଭୂୟାଁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେଳୁ ସାହୁ ଙ୍କ ବିୟୋଗରେ ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ସାମ୍ବାଦିକ ଅଭୟ ଜେନା ଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ସାହୁ ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରାଙ୍କର ଏକାନ୍ତ ଅନୁଗତ ଥିଲେ । ଶେଷ ପର୍ୟ୍ୟନ୍ତ ସେ ସ୍ଥାନୀୟ ବିଜେଡି ର ସଭାପତି ରହିଥିଲେ । ଚିତ୍ରୋତ୍ପଳା ନଦୀତଟ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ସାହୁ ମୁଖାଗ୍ନି ଦେଇଥିଲେ ।