ପାଟକୁରା ବିଜେଡି ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ କର୍ମଶାଳା

ପାଟକୁରା,୦୭/୦୬/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ବିଜେଡି ପକ୍ଷରୁ ଆଜି ଗରଦପୁର ବ୍ଲକ କଳାବୁଦା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ସ୍ବତନ୍ତ୍ର ଭୋଟର ସଘନ ସଂଶୋଧନ ସମ୍ବନ୍ଧିୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପାଟକୁରା ବିଜେଡି ନେତା ରାଜେଶ୍ ଦାସ ଙ୍କ ନେତୃତ୍ବରେ ଆୟୋଜିତ ଏହି କର୍ମଶାଳାରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ଯୋଗଦେଇ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବାସୀଙ୍କୁ ଦେଇଥିବା ବାର୍ତ୍ତା ଗଣତନ୍ତ୍ରରେ ଭୋଟର ଭାଇ ଭଉଣୀ ମାନଙ୍କର ଅଧିକାର ଓ ସୁରକ୍ଷା ସର୍ବୋପରି ଓ ପାଟକୁରା ବାସୀ ବିଜେଡି ସହିତ ରହିବା ପାଇଁ ନିବେଦନ କରିଛନ୍ତି ବୋଲି ପଠନ କରିଥିଲେ।

ଏହାଛଡା ତାଙ୍କ ବକ୍ତବ୍ୟରେ ବିଜେଡିର ପ୍ରତ୍ୟେକ ବୁଥ୍ ସ୍ଥରରେ ନିଯୁକ୍ତ ହୋଇଥିବା ଏଜେଣ୍ଟ ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଶାସକ ବିଜେପି ଯେଉଁଭଳି ଭାବେ ପକ୍ଷପାତିତା କରି ବିଭିନ୍ନ ଆଳ ଦେଖାଇ ଅନ୍ୟ ଦଳର ଭୋଟର କୁ ତାଲିକାଭୁକ୍ତ ନକରିବା ସହ ବିଶେଷକରି ବିଜୁଜନତା ଦଳ ଭୋଟର ମାନେ କିଭଳି ଅଳ୍ପସଂଖ୍ୟକ ଭାବେ ପଞ୍ଜିକୃତ ହୋଇ ପାରିବେ ସେଥିପାଇଁ ଶାସକ ଦଳ ପ୍ରୟାସ କରୁଛି । ତେଣୁ ବିଜେଡି ର ବିଏଲଏ ମାନେ ଜାଗ୍ରତ ରହିବା ପାଇଁ ନିବେଦନ କରିଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶିବପ୍ରସାଦ ଭଳ ଯୋଗଦେଇ ଏସଆଇଆର ପ୍ରକ୍ରିୟା ରେ ଯେଭଳି ନିଜର ଏବଂ ନିଜ ପରିବାରର ନାମ ଭୋଟର ତାଲିକା ରେ ସୁରକ୍ଷିତ ବା ବଜାୟ ରହିବ ସେ ବିଷୟରେ ଆଲୋଚନା ରଖିଥଲେ ।

ଏହାବ୍ୟତୀତ ଭୋଟର ତାଲିକା ର ପୁନଃ ଯାଞ୍ଚ, ମୃତ ଏବଂ ସ୍ଥାନାନ୍ତରିତ ଭୋଟର ଙ୍କୁ ବାଦ ଦେବା ସହିତ ନୂତନ ଭୋଟର ଙ୍କୁ ଯୋଡିବା ରେ ବୁଥ୍ ସ୍ଥରୀୟ ପ୍ରତିନିଧି ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ ଅଟେ । ଏଣୁ ବିଜେଡି ତରଫରୁ ପ୍ରତ୍ୟେକ ବୁଥ୍ ର ଏଜେଣ୍ଟ ମାନେ ଏହି ସଂଶୋଧନ ପ୍ରକ୍ରିୟା ଉପରେ କଡା ନଜର ରଖିବାକୁ ଦଳର ନେତା ନବୀନ ପଟ୍ଟନାୟକ ଦେଇଥିବା ନିର୍ଦେଶ କୁ ସମସ୍ତ ଏଜେଣ୍ଟ ଗୁରୁତ୍ୱ ର ସହ ପାଳନ କରିବା ପାଇଁ କହିଥିଲେ । ଏହି କର୍ମଶାଳାରେ ଗରଦପୁର ବ୍ଲକ ର ୧୨୯ ଓ ମାର୍ଶାଘାଇ ବ୍ଲକ ର ୩୯ ଟି ବୁଥ୍ ର ପ୍ରତିନିଧି ମାନେ ଭାଗନେଇ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଦେବାଶିଷ ଆଚାର୍ୟ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଅରବିନ୍ଦ ମଲ୍ଲିକ,ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ, ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରବୀନ୍ଦ୍ରନାଥ ମହାନ୍ତି, ପ୍ରଫୁଲ୍ଲ ସିଂ, ଅମୀୟ ପରିଜା,ଅରୁଣ ନାୟକ, ଅଭୟ ମଲ୍ଲ, ଭଗବାନ ଜେନା, ପ୍ରତାପ ପାଣି, ନାରୀନେତ୍ରୀ ସୁଜାତା ମିଶ୍ର, ମାଧବ ସାହୁ, ରଞ୍ଜନ ତ୍ରିପାଠୀ,ଅଭିଷେକ ସେଠୀ, କମଲ ଲୋଚନ ହରିଚନ୍ଦନ, ରାକେଶ ସେଠୀ ,ଗୌରବ ସାହୁ ଙ୍କ ସମେତ ସମସ୍ତ ବୁଥର ବିଏଲଏ ମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରହ୍ଲାଦ ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *