ଦଶ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ ଜଣେ ଗିରଫ

ନିମାପଡ଼ା,୩୦/୦୪/୨୦୨୪ (ଓଡ଼ିଶା ସମାଚାର)-ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଓମଫେଡ ଛକସ୍ଥିତ ସବ ରେଜିଷ୍ଟରଙ୍କ କାର୍ୟ୍ୟାଳୟ ନିକଟରେ  ସୋମବାର ସକାଳେ ଚଢ଼ାଉ କରି ରମେଶ ଚନ୍ଦ୍ର ରାଉତ, ବୟସ -୬୦ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ  ଗିରଫ କରି ତାଙ୍କ ନିକଟରୁ ୧୦୯ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିଛନ୍ତି । ଏ ସମ୍ବନ୍ଧରେ ନିମାପଡ଼ା ଅବକାରୀ ଥାନା ନିମାପଡା ଅବକାରୀ ଥାନା କେସ ନଂ ୧୨/୨୪ ରେ ମାମଲା ରୁଜୁକରି ଆସାମୀ ରମେଶକୁ କୋର୍ଟ ଚାଲାଣ କରାଯାଇଛି । ମାନ୍ୟବର କୋର୍ଟ ଅସମୀର ଜାମିନ ନାମଞ୍ଜୁର କରି ନିମାପଡା ଉପ-କକ୍ଷରାଗଓରକୁ ପଠାଇଦେଇଛନ୍ତି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୦ଲକ୍ଷ ୯୦ହଜାର ଟଙ୍କା ହେବବୋଲି ଅବକାରୀ ଥାନା ସୂତ୍ରରୁ ପ୍ରକାଶ । ଏହି ଚଢ଼ାଉରେ ଅବକାରୀ ଏଏସଆଇ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ତପନ କୁମାର ପ୍ରଧାନ, ଶେଖ୍ ୱାରିସ୍,ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *