ବିବାଦୀୟ ତହସିଲଦାର ହଟିଲେ
କଟକ ସଦର, ୩୦/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲରେ ଥିବା ତହସିଲଦାର ମଧୁସୂଦନ ନାୟକ ଦେଢ଼ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସବୁ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଵା ଅଭିଯୋଗ ହୋଇଆସୁଥିଲା ବେଳେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ନେଇ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କୁ ମୟୁରଭଞ୍ଜ ଜିଲ୍ଲା ବାରିପଦା ଡ଼ାକ୍ତରଖାନାକୁ ଵଦଳି ହୋଇଥିବା ଗତ ସପ୍ତାହରେ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଥିବା ‘ ଓଡ଼ିଶା ସମାଚାର ‘ ରେ ଖଵର ପ୍ରକାଶ ପାଇଥିଲା। ହେଲେ ମଧୁସୂଦନ ନାୟକ ଵଦଳି ସ୍ଥାନକୁ ନଯିବା ପାଇଁ ରାଜନୈତିକ ଚାପ ସୃଷ୍ଟି କରୁଥିବା ଜଣାପଡିଵା ପରେ ତାଙ୍କୁ ତରବରିଆ ଭାବେ ଗତ ଶନିବାର ଛୁଟି ଦିନରେ କଣ୍ଟାପଡ଼ା ତହସିଲଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରି କଟକ ଜିଲ୍ଲା ପ୍ରଶାସନ ଵଦଳି କରିଦେଇଥିବା ଜଣାପଡିଛି। ମଧୁସୂଦନଙ୍କ ସ୍ଥାନରେ ନୂତନ ତହସିଲଦାର ଭାବେ କ୍ଷୀରୋଦ କୁମାର ଦାଶ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି। ଏଥିପାଇଁ ନୂତନ ତହସିଲଦାରଙ୍କୁ ତହସିଲର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱ।ଗତ ସମ୍ବର୍ଦ୍ଧନା ଦେଇଥିବା ଜଣାଯାଇଛି।