ଜିଲ୍ଲାପାଳ ଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର,୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପମ ସାହା ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କୁ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥିତ ରୌଦ୍ରତାପ ଜନିତ ଶାରୀରିକ ଅସୁସ୍ଥତାର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କକ୍ଷ, ଅନ୍ତର୍ଭିଭାଗ, ଡାଏଲେସିସ ବିଭାଗ, ବହିର୍ବିଭାଗ, ରୋଗୀମାନଙ୍କ ବିଶ୍ରାମ ଗୃହ, ନିରାମୟ ଓ ରୋଗୀ ପଞ୍ଜିକରଣ ବିଭାଗ,ନବ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ପିଇବା ପାଣି,ବିଦ୍ୟୁତ୍ ଯୋଗାଣ,ଖାଦ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜରୁରୀ କାଳୀନ ଚିକିତ୍ସା ବିଭାଗରେ ବାୟୁ ଚଳାଚଳ ନିମିତ୍ତ ଉପଯୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ଏବଂ ଖୁବ୍ ଶୀଘ୍ର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ତଥା ଶିଶୁ ବିଭାଗ ର କାର୍ୟ୍ୟ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ପରିବାର କଲ୍ୟାଣ) ଡ଼ା. ପ୍ରମୋଦ କୁମାର ବାରିକ୍, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଶତ୍ରୁଘ୍ନ ଦାଶ,ଭାରପ୍ରାପ୍ତ ଅଧିକ୍ଷକ ଡ଼ା ସରୋଜ କୁମାର ଜେନା,ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ପରିଦର୍ଶନ ସମୟରେ ମୁଖ୍ୟ ଚିକିତ୍ସାଳୟର କାର୍ୟ୍ୟ ପରିଚାଳନା ରେ ସନ୍ତୋଷ ପ୍ରକାଶ କରିବା ସହିତ ମୁଖ୍ୟ ଚିକିତ୍ସାଳୟର ଉପଯୁକ୍ତ ସ୍ଥାନରେ ବୃ୍କ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *