ବରଗଡ, ୦୪/୧୨/୨୦୨୩ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଫାଇଟର ଗ୍ରୁପ ବରଗଡ,ଉମିଦେଁ ସଂଗଠନ ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ଏକ ଶିଶୁ କେନସର ସଚେତନ ରାଲି ସ୍ଥାନୀୟ ରେଡେଏନ୍ସ କଲେଜ ଛାତ୍ରଛାତ୍ରୀ,ଗାୟତ୍ରୀ ପରିବାର ବିଜେପୁର ଏବଂ ବରିଷ୍ଠ ନାଗରିକ ସଂଘ ବିଜେପୁର ଙ୍କ ସହଯୋଗ କ୍ରମେ ଏକ ବିରାଟ ଶୋଭାଯାତ୍ରାକୁ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରେଲି କୁ ଶିଶୁ ମାନଙ୍କୁ ଗ୍ରାସ କରୁଥିବା କେନସର ଉପରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲେ।ଶିଶୁ କେନସର ରୋଗ କିପରି ଚିହ୍ନଟ କରାଯାଇ ତାର ଆଶୁ ଚିକିତ୍ସା କିଭଳି ଅତିଶିଘ୍ର କରାଯାଇ ପାରିବ ସେ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ବସଷ୍ଟାଣ୍ଡ ରେ କରାଯାଇଥିଲା।କେନସର ସମ୍ପର୍କରେ ଜନସାଧାରଣ ପ୍ରଶ୍ନ ମଧ୍ୟ ଏହି ଆଲୋଚନା ଚକ୍ରରେ ପ୍ରକାଶ ପାଇଥିଲା। ଉମିଦେଁ ସଂଗଠନର ଅଧ୍ୟକ୍ଷ ନିତାଇଗୈାର ପାଣିଗ୍ରାହୀ ଉକ୍ତ ପ୍ରଶ୍ନ ମାନଙ୍କର ସମାଧାନ କରିଥିଲେ।ଏହି କାର୍ୟ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୀତା ବାରିକ, କେନସର ସରଭାଇବର୍ସ ଫାଇଟର୍ସ ଗ୍ରୁପର ଅଧ୍ୟକ୍ଷ ଶ୍ରୀମାନ ଅଶ୍ୱିନୀ ଦର୍ଜି,ସଦସ୍ୟ ହିମାଦ୍ରୀ ବିହାରୀ ବେହେରା,ଅମୃତା ବେହେରା,ବିଜେପୁରର ସଚେତନ ନାଗରିକ ପ୍ରଫୁଲ୍ଲ ଦାଶ,ଗିରିଧାରୀ ଦାଶ,ଆନନ୍ଦ ପଧାନ ଏବଂ ଗାୟତ୍ରୀ ପରିବାରର ପରିବ୍ରାଜକ ଭରତ ନାଗ, ଜସ୍ମୀନ ବାଗ,ରେଡିଏନ୍ସ କଲେଜର ଛାତ୍ରଛାତ୍ରୀ,ଅଧ୍ୟକ୍ଷ,ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରି କାର୍ୟ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ,ପୁରୁଷ ସ୍ୱାସ୍ଥ୍ୟକର୍ମୀ,ଆଶା ଦିଦି,ସିଏଚଓ ମାନଙ୍କୁ ନେଇ ବାଲ୍ୟାବସ୍ଥାରେ କେନସର ସଚେତନତା ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭା ସିଏଚସି ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଉମିଦେଁ ସଂଗଠନର ଅଧ୍ୟକ୍ଷ ନିତେଇଗୈାର ପାଣିଗ୍ରାହୀ,ଫାଇଟର ଗ୍ରୁପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି,ପିଏଚଇଓ ସୁଦାମ ଚରଣ ପାଣିଗ୍ରାହୀ,ବିପିଏମ ବିଜୟ କୁମାର ସରାପ ଫାଇଟର ଗ୍ରୁପ ର ସଦସ୍ୟା ଶ୍ରୀମତୀ ଅମୃତା ବେହେରା ଯୋଗଦାନ କରି ଶିଶୁ ସୁରକ୍ଷା ଓ ବାଲ୍ୟାବସ୍ଥାର କେନସର ସଚେତନତାର ମୂଳମନ୍ତ୍ର ଉପରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଗ୍ରାମାଞ୍ଚଳରେ କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କ ସହଯୋଗ କାମନା କରିଥିଲେ।ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ଦେବାଶିଷ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର